ପୁରୁଷ ବ୍ୟାଡମିଣ୍ଟନରେ ଭାରତ ପାଇଁ ରୌପ୍ୟ ଆଣିଲେ ୟାଥିରାଜ
ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ଇତିହାସ ରଚିଛନ୍ତି ଆଇଏଏସ୍ ଅଫିସର ସୁହାସ ୟାଥିରାଜ | ବ୍ୟାଡମିଣ୍ଟନର ପୁରୁଷ ଏକକ ଏସ୍ଏଲ୍-୪ ବର୍ଗରେ ୟାଥିରାଜ ରୌପ୍ୟ ଜିତିଛନ୍ତି | ଏହି ୩୮ ବର୍ଷୀୟ ଯୁବ ଆଇଏଏସ୍ ଅଫିସର ଆଜି ଫାଇନାଲ୍ ମ୍ୟାଚ୍ରେ ଟପ୍ ସିଡ୍ ତଥା ବିଶ୍ୱ ଚାମ୍ପିଅନ୍ ଫ୍ରାନ୍ସର ଲୁକାସ ମଜୁରଙ୍କ ଠାରୁ ହାରି ରୌପ୍ୟ ପଦକ ପାଇଛନ୍ତି | ସେ ୨୧-୧୫, ୧୭-୨୧ ଓ ୧୫-୨୧ ଗେମ୍ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରି ଯାଇଥଲେ | ସେମି ଫାଇନାଲ୍ରେ ସୁହାସ ଇଣ୍ଡୋନେସିଆର ଫ୍ରେଡି ସେତିୱାନଙ୍କୁ ସିଧାସଳଖ ଗେମ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲେ ଓ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଥିଲେ | ତାଙ୍କର ଏହି ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁହାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି |
The post ପୁରୁଷ ବ୍ୟାଡମିଣ୍ଟନରେ ଭାରତ ପାଇଁ ରୌପ୍ୟ ଆଣିଲେ ୟାଥିରାଜ appeared first on .