ୱେବିନାର୍‌ରେ ବିଶେଷଜ୍ଞଙ୍କ ବିଶ୍ଳେଷଣ: ମାଟି,ପାଣି, ପବନରେ ସ୍ବାଭାବିକ ଭାବେ ରହିଥାଏ ବ୍ଲାକ୍‌ଫଙ୍ଗସ୍‌

ୱେବିନାର୍‌ରେ ବିଶେଷଜ୍ଞଙ୍କ ବିଶ୍ଳେଷଣ: ମାଟି,ପାଣି, ପବନରେ ସ୍ବାଭାବିକ ଭାବେ ରହିଥାଏ ବ୍ଲାକ୍‌ଫଙ୍ଗସ୍‌

ସମ୍ବଲପୁର : ବର୍ତ୍ତମାନ ଆତଙ୍କ ସୃଷ୍ଟି କରିଥିବା ମ୍ୟୁକରାଲ୍‌ ଫଙ୍ଗସ୍‌ (କଳା କବକ ବା ବ୍ଲାକ୍‌ ଫଙ୍ଗସ୍‌) ମାଟି, ପାଣି, ପବନରେ ସ୍ବାଭାବିକ ଭାବେ ରହିଥାଏ। ଏହା ନାକ, ପାଟି ବା ଆଖି ଦେଇ ଶରୀରରେ ପ୍ରବେଶ କରିପାରେ। ଅନିୟନ୍ତ୍ରିତ ମଧୁମେହ ରୋଗ, ମାତ୍ରାଧିକ ଷ୍ଟିରଏଡ୍‌ ଚିକିତ୍ସା, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ତଥା କୋଭିଡ୍ ଭଳି ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ବ୍ଲାକ୍‌ ଫଙ୍ଗସ୍‌ର ପ୍ରାଦୁର୍ଭାବ ଅଧିକ ରହିଥାଏ। ଏଭଳି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ସଂକ୍ରମଣ ସହଜ ହୋଇଥାଏ ବୋଲି ଓଡ଼ିଶା ରାଜ୍ୟ ଚକ୍ଷୁ ବିଜ୍ଞାନ ସୋସାଇଟି ପକ୍ଷରୁ ଆୟୋଜିତ ଏକ ୱେବିନାର୍‌ରେ ବିଶେଷଜ୍ଞ ମାନେ ମତ ଦେଇଛନ୍ତି।

ସୋସାଇଟିର ସଭାପତି ପ୍ରଫେସର୍‌ ଗୁଣସାଗର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୱେବିନାର୍‌କୁ ଭିମ୍‌ସାର୍‌ର ଅଧ୍ୟକ୍ଷ ତଥା ଡିନ୍‌ ପ୍ର. ଜୟଶ୍ରୀ ଦୋରା ସଂଯୋଜନା କରିଥିଲେ। ଏଥିରେ ମ୍ୟୁକର୍‌ମାଇକୋସିସ୍‌ (ବ୍ଲାକ୍‌ଫଙ୍ଗସ୍‌)ସଂକ୍ରମଣର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଭାଗ ନେଇ ନିଜ ନିଜ ଦୃଷ୍ଟିକୋଣରୁ ଏହି ରୋଗ ଓ ତା’ର ପ୍ରତିକାର ସଂପର୍କରେ ବିଶ୍ଲେଷଣ କରିଥିଲେ। ଏହି ରୋଗର ନିଦାନ, ପ୍ରତିଷେଧକ ବ୍ୟବସ୍ଥା ତଥା ପାଶ୍ଚାତ୍ୟ ଦେଶ ଗୁଡ଼ିକ ତୁଳନାରେ ଭାରତରେ ଏହାର ପ୍ରକୋପ ସଂପର୍କରେ ଆଲୋଚନା ହୋଇଥିଲା। ଆମ ଦେଶର ଭୌଗଳିକ ଅବସ୍ଥିତି, ପାରିପାର୍ଶ୍ବିକ ଅବସ୍ଥା, ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ତଥା ପରିବେଶ ଯୋଗୁଁ ଏହି ରୋଗ ଭାରତରେ ଅଧିକ ବ୍ୟାପୁଥିବା ନେଇ ମତ ପ୍ରକାଶ ପାଇଥିଲା। ଆଲୋଚନାରେ ଭିମ୍‌ସାର୍‌ ମାଇକ୍ରୋବାୟୋଲଜି ବିଭାଗର ଡାକ୍ତର ଦୀପଙ୍କର ପଟ୍ଟନାୟକ, ପାଥୋଲଜିର ଡା. ଅଳକା ସାହୁ, ଇଏନ୍‌ଟି ବିଭାଗୀୟ ମୁଖ୍ୟ ପ୍ରଫେସର୍‌ ସୌଭାଗିନୀ ଆଚାର୍ଯ୍ୟ, ଚକ୍ଷୁ ବିଭାଗର ଡା. ଶର୍ମିଷ୍ଠା ବେହେରା, ସ୍ନାୟୁଶଲ୍ୟ ବିଭାଗର ଡା. ଶ୍ରୀକାନ୍ତ ଦାସ, ରେଡିଓଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର୍‌ ବ୍ରଜବିହାରୀ ପଣ୍ଡା ବକ୍ତାଭାବେ ଯୋଗ ଦେଇଥିଲେ। ଏଥିରେ ମଧ୍ୟ ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ୍‌, ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ ସମେତ ରାଜ୍ୟର ବିଭିନ୍ନ ଅନୁଷ୍ଠାନର ବହୁ ଚକ୍ଷୁ ବିଶାରଦମାନେ ଭାଗ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଶେଷରେ ରାଜ୍ୟ ସଂପାଦକ ଡା. ସବ୍ୟସାଚୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

The post ୱେବିନାର୍‌ରେ ବିଶେଷଜ୍ଞଙ୍କ ବିଶ୍ଳେଷଣ: ମାଟି,ପାଣି, ପବନରେ ସ୍ବାଭାବିକ ଭାବେ ରହିଥାଏ ବ୍ଲାକ୍‌ଫଙ୍ଗସ୍‌ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp