୬ ଲକ୍ଷ ଠକେଇ ମାମଲା: ଆକାଶ ପାଠକଙ୍କ ଜାମିନ ଶୁଣାଣି ଶେଷ
କଟକ : ଗଞ୍ଜାମ ଜିଲ୍ଲାର ବୈଦ୍ୟନାଥପୁର ଥାନାରେ ଥିବା ମାମଲାରେ ଜାମିନ ଲୋଡି ଆକାଶ ପାଠକ ଦାୟର କରିଥିବା ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ୍ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆକାଶଙ୍କ ଜାମିନ ଆବେଦନର ଆଜି ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା।
ଉଲ୍ଲେଖ ଯୋଗ୍ୟ ଯେ ଜଣେ ଚାକିରି ଆଶାୟୀ ୬ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଥିବା ଦର୍ଶାଇ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ। ହାଇକୋର୍ଟ ଏହି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ ଟାଟା ମୋଟର୍ସରେ ନକଲି ଏମଡ଼ି ସାଜି ଚାକିରି ଆଶାୟୀଙ୍କୁ ଠକିବା ନେଇ ଆକାଶଙ୍କ ବିରୋଧରେ ରହିଥିବା କ୍ରାଇମବ୍ରାଞ୍ଚ ମାମଲାରେ ତାଙ୍କ ଜାମିନ ଖାରଜ ହୋଇଥିବାବେଳେ ଏହି ମାମଲାର ରାୟକୁ ଅପେକ୍ଷା କରାଯାଉଛି।
The post ୬ ଲକ୍ଷ ଠକେଇ ମାମଲା: ଆକାଶ ପାଠକଙ୍କ ଜାମିନ ଶୁଣାଣି ଶେଷ first appeared on Sambad.
Please follow and like us: