୩୬ଟି ରାଫେଲ୍ ଲଢୁଆ ବିମାନ ହେବ ସାମିଲ : ଆର୍କେଏସ୍ ଭଦୌରିଆ
ଭାରତ ବିଶ୍ୱସ୍ତରରେ ସାମରିକ କ୍ଷେତ୍ରକୁ ନେଇ ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି | ଧୀରେ ଧୀରେ ଭାରତ ବ୍ୟାପକ ଯୁଧ୍ୟ ସାମଗ୍ରୀ ଆୟତ୍ତ କରିବାରେ ଲାଗିଛି | ହାଇଦ୍ରାବାଦ ଅନ୍ତର୍ଗତ ଦୁନ୍ଦିଗଲସ୍ଥିତ ‘ଏୟାର୍ ଫୋର୍ସ ଏକାଡେମି’ରେ ଅନୁଷ୍ଠିତ ମିଳିତ ସ୍ନାତକତ୍ତୋର ପରେଡ୍ ସମୀକ୍ଷା କରିବା ଅବସରରେ ଆଜି ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦୌରିଆ ମତବ୍ୟକ୍ତ କରିଛନ୍ତି | ୨୦୨୨ ସୁଦ୍ଧା ଭାରତୀୟ ବାୟୁସେନାରେ ୩୬ଟିଯାକ ରାଫେଲ୍ ଲଢୁଆ ବିମାନ ସାମିଲ କରାଯିବ ବୋଲି ସେ କହିଛନ୍ତି | ଗଣମାଧ୍ୟମକୁ ସେ କହିଛନ୍ତି ଯେ ରାଫେଲ୍ ସାମିଲ ଯୋଜନା ପ୍ରତି ଦୃଷ୍ଟି ଦେଇ ଭାରତୀୟ ବାୟୁସେନା ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି। ୨୦୨୨କୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଫେଲ୍ ଲଢୁଆ ବିମାନର ଆଭିଯାନିକ ପ୍ରସ୍ତୁତି ଯୋଜନା ସଂକ୍ରାନ୍ତରେ ସେ କହିଛନ୍ତି ଯେ, ଆମେ ସେଗୁଡ଼ିକୁ ଆଭିଯାନିକ କ୍ଷେତ୍ରରେ ଚଳାଇବାକୁ ସମ୍ପୂର୍ଣ୍ଣ ସମର୍ଥ। ସମୟାନୁଯାୟୀ ଆମେ ସବୁଗୁଡ଼ିକୁ ଆଭିଯାନିକ କ୍ଷେତ୍ରରେ ପ୍ରୟୋଗ କରିବୁ। ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ ଚାଲିଛି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |
The post ୩୬ଟି ରାଫେଲ୍ ଲଢୁଆ ବିମାନ ହେବ ସାମିଲ : ଆର୍କେଏସ୍ ଭଦୌରିଆ appeared first on .