୨୧୭ ରନରେ ବିରାଟ ବାହିନୀ ଅଲଆଉଟ୍

୨୧୭ ରନରେ ବିରାଟ ବାହିନୀ ଅଲଆଉଟ୍

ସାଉଥାମ୍ପଟନ: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ନିରାଶଜନକ ଖେଳିଛି ଟିମ୍‌ ଇଣ୍ଡିଆର । ଦଳରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ରିଷଭ ପନ୍ତଙ୍କ ଭଳି ଅନେକ ତାରକା ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ମାତ୍ର ୨୧୭ ରନ୍‌ରେ ଅଟକି ଯାଇଛି ଭାରତୀୟ ଦଳ।

ମ୍ୟାଚର ପ୍ରଥମ ଦିବସ ବିନା ଟସରେ ବାତିଲ୍ ହୋଇଥିଲା। ଦ୍ୱିତୀୟ ଦିବସରେ ଭାରତ ୩ ଓ୍ୱିକେଟ୍ ହରାଇ ୧୪୬ ରନ୍ କରିଥିଲା। ହେଲେ ଆଜି ପିଚ୍ ପେସ୍ ବୋଲରଙ୍କ ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଫଳରେ ଭାରତ ତା’ର ତୃତୀୟ ଦିବସରେ ୭୧ ରନ୍ ଭିତରେ ବାକି ୭ ଓ୍ୱିକେଟ୍ ହରାଇ ଅଲ୍ ଆଉଟ୍ ହୋଇଛି। ଭାରତ ପକ୍ଷରୁ ଭାଇସ୍ କ୍ୟାପଟେନ୍ ଆଜିଙ୍କ ରାହାଣେ ସର୍ବାଧିକ ୪୯ ରନ୍ କରିଥିବା ବେଳେ କ୍ୟାପଟେନ୍ ବିରାଟ କୋହଲି ୪୪ ରନ୍ କରିଥିଲେ।

ଶେଷ ଓ୍ୱିକେଟ୍ ଭାବେ ରବୀନ୍ଦ୍ର ଜାଡେଜା ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିବା ବେଳେ ମହମ୍ମଦ ଶାମି ୪ ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜି ଋଷଭ ପନ୍ତ (୪) ନିରାଶ କରିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ (୨୨) ବଲ୍ ଷ୍ଟାର୍ଟକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ଈଶାନ୍ତ ଶର୍ମା ୪ ଓ ଯଶପ୍ରୀତ ବୁମ୍ରା ଖାତା ଖୋଲିପାରିନାହାନ୍ତି।

କାଇଲ୍ ଜେମିସନଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠିପାରିନଥିଲେ। ଜେମିସନ୍ ଏକାକୀ ୫ ଓ୍ୱିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡର ଟପ୍ ବୋଲର ବିବେଚିତ ହୋଇଛନ୍ତି।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp