୨୦୨୦-୨୧ ଖରିଫ୍ ବିପଣନ ଋତୁରେ୧୪ ଲକ୍ଷ ୫ ହଜାର ୭୨୬ ମେଟ୍ରିକ ଟନ ରବିଧାନ ସଂଗ୍ରହ
ଭୁବନେଶ୍ୱର: ୨୦୨୦-୨୧ ଖରିଫ୍ ବିପଣନ ଋତୁରେ ଅଦ୍ୟାବଧି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ରବି ଋତୁରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ଆଜି ସୁଦ୍ଧା ୧୪ ଲକ୍ଷ ୫ ହଜାର ୭୨୬ ମେଟି୍ରକ୍ ଟନ୍ ଧାନ ସଂଗ୍ରହ କରାଯାଇଛି । ସେହିପରି ୨୦୨୦-୨୧ରେ ୬୨ ଲକ୍ଷ ୯୩ ହଜାର ମେଟ୍ରିକ ଟନ୍ ଖରିଫ୍ ଧାନ ସଂଗ୍ରହ କରାଯାଇଛି ।
ଚଳିତ ଖରିଫ୍ ବିପଣନ ଋତୁରେ ରାଜ୍ୟ ସରକାର ମୋଟ ୭୧ ଲକ୍ଷ ମେଟି୍ରକ୍ ଟନ୍ ଖରିଫ ଓ ରବିଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ୨୦୧୯-୨୦ ଖରିଫ ବିପଣନ ଋତୁରେ ରାଜ୍ୟ ସରକାର ସମୁଦାୟ ୭୦ ଲକ୍ଷ ୫୬ ହଜାର ମେଟି୍ରକ୍ ଟନ୍ ଖରିଫ ଓ ରବିଧାନ ସଂଗ୍ରହ କରିଥିଲେ । ଏହି କ୍ରମରେ ରାଜ୍ୟରେ୨୦୨୦-୨୧ ବିପଣନ ଋତୁରେ ଅଦ୍ୟାବଧି ୭୬ ଲକ୍ଷ ୯୮ ହଜାର ମେଟି୍ରକ୍ ଟନ୍ ଖରିଫ୍ ଓ ରବିଧାନ ସଂଗ୍ରହ କରାଯାଇଛି, ଯାହାକି ୨୦୧୯-୨୦ ଖରିଫ୍ ବିପଣନ ବର୍ଷ ଏବଂ ଚଳିତ ଖରିଫ୍ ବିପଣନ ବର୍ଷର ଧାର୍ଯ୍ୟ ଲକ୍ଷ୍ୟଠାରୁ ୬ ଲକ୍ଷ ମେଟ୍ରିକ ଟନ୍ ଅଧିକ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।
କୋଭିଡ୍ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ମଣ୍ଡିରେ ଧାନ ବିକି୍ର କରିପାରିବେ ସେଥି ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।ଚଳିତ ରବିଧାନ ବିକ୍ରି କରିବା ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୬୦୧ ଚାଷୀ ଅନ୍ଲାଇନ୍ରେ ସେମାନଙ୍କ ନାମ ପଂଜୀକୃତ କରିଥିବାବେଳେ ୨,୨୩,୫୮୯ ଜଣ ଚାଷୀଙ୍କ ଜମିଜମା ରେକର୍ଡ, ବ୍ୟାଙ୍କ ଆକାଉଣ୍ଟ ଆଦି ଯାଞ୍ଚ କରାଯାଇଛି । ଯାଞ୍ଚ ହୋଇଥିବା ଚାଷୀଙ୍କ ମଧ୍ୟରୁ ୮୮ ପ୍ରତିଶତ ଚାଷୀ ଆଗୁଆ ଟୋକେନ୍ ମାଧ୍ୟମରେ ଧାନ ବିକ୍ରି କରିସାରିଛନ୍ତି । ଅଦ୍ୟାବଧି ରାଜ୍ୟର ୧୭ଟି ଜିଲ୍ଲାର ୧ ଲକ୍ଷ ୯୮ ହଜାର ୧୭୭ ଜଣ ଯାଞ୍ଚ କରାଯାଇଥିବା ପଂଜୀକୃତ ଚାଷୀ ଧାନ ବିକି୍ର କରିଛନ୍ତି । ୧୦୨୫ ଟି ଧାନ ସଂଗ୍ରହ କେନ୍ଦ୍ରରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୨ ହଜାର ୬୨୫ କୋଟି ୯୦ ଲକ୍ଷ ଟଙ୍କା ମୂଲ୍ୟର ରବିଧାନ ସଂଗ୍ରହ କରାଯାଇଛି ।
ଅଧିକ ରବିଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରେ ୫ ଲକ୍ଷ ୧୦ ହଜାର ୨୮ ମେଟ୍ରିକ ଟନ୍, କଳାହାଣ୍ଡିରେ ୨ ଲକ୍ଷ ୨୩ ହଜାର ୩୧୩ ମେଟି୍ରକ୍ ଟନ୍, ସୁବର୍ଣ୍ଣପୁର ଜିଲ୍ଲାରେ ୨ ଲକ୍ଷ ୨୯ ହଜାର ୨ ମେଟ୍ରିକ୍ ଟନ୍, ସମ୍ବଲପୁର ଜିଲ୍ଲାରେ ୧ ଲକ୍ଷ ୨୮ ହଜାର ୬୭୫ ମେଟି୍ରକ୍ ଟନ୍, କୋରାପୁଟରୁ ୧ ଲକ୍ଷ ୨୨ ହଜାର ୨୫୭ ମେଟ୍ରିକ ଟନ୍, ବାଲେଶ୍ୱର ଜିଲ୍ଲାରୁ ୫୧ ହଜାର ୭୪ ମେଟ୍ରିକ୍ ଟନ୍ ରବିଧାନ ସଂଗ୍ରହ କରାଯାଇଛି । ଚଳିତ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରବିଧାନ ସଂଗ୍ରହ କରାଯିବ ।