୨୦୨୦ରେ ବର୍ଷରେ ଭାରତ ୬୪ ବିଲିୟନ୍ ଡଲାର୍ ‘ଏଫ୍ଡିଆଇ’ ପାଇଛି: ଜାତିସଂଘ
ନୂଆଦିଲ୍ଲୀ: ୨୦୨୦ରେ ‘ଫରେନ୍ ଡାଇରେକ୍ଟ୍ ଇନ୍ଭେଷ୍ଟମେଣ୍ଟ୍’ରୁ ଭାରତ ୬୪ ବିଲିୟନ୍ ଡଲାର୍ ପାଇଛି। ଏତେ ପରିମାଣରେ ଅର୍ଥ ପାଇବାରେ ଭାରତ ହେଉଛି ବିଶ୍ବର ପଞ୍ଚମ ବୃହତ୍ ରାଷ୍ଟ୍ର ବୋଲି ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ଏଥିସହ ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ, କୋଭିଡ୍-୧୯ର ଦ୍ବିତୀୟ ପ୍ରବାହ ଦେଶର ସାମଗ୍ରିକ ଅର୍ଥନୀତିକୁ ଭୀଷଣ ପ୍ରଭାବିତ କରିଥିଲେ ସୁଦ୍ଧା ତାହା କ୍ଷଣସ୍ଥାୟୀ ବୋଲି ଦେଶର ସୁଦୃଢ଼ ଆର୍ଥିକ ମୂଳଦୁଆ ଆଶା ସଞ୍ଚାର କରିଛି।
ସୋମବାର ଦିନ ଜାତିସଂଘର ‘କନ୍ଫରେନ୍ସ୍ ଅନ୍ ଟ୍ରେଡ୍ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍’ (ୟୁଏନ୍ସିଟିଏଡି) ପ୍ରକାଶ କରିଥିବା ‘ଦି ୱାର୍ଲଡ୍ ଇନ୍ଭେଷ୍ଟ୍ମେଣ୍ଟ୍ ରିପୋର୍ଟ ୨୦୨୧’ରେ ଉଲ୍ଲେଖ ଅଛି ଯେ, ମହାମାରୀ ଯୋଗୁଁ ବୈଶ୍ବିକ ‘ଏଫ୍ଡିଆଇ’ ପ୍ରବାହ ଭୀଷଣ ବ୍ୟାହତ ହୋଇଛି। ୨୦୧୯ବର୍ଷ ଏହା ୧.୫ ଟ୍ରିଲିୟନ୍ ଡଲାର୍ ଥିବା ବେଳେ ୨୦୨୦ରେ ୩୫% ହ୍ରାସ ପାଇ ତାହା ୧ ଟ୍ରିଲିୟନ୍ ଡଲାର୍କୁ ହ୍ରାସ ପାଇଛି।
Image Courtesy of The Indian Express
ରିପୋର୍ଟରେ ଉଲ୍ଲେଖ ଅଛି ଯେ, ‘ଇନ୍ଫର୍ମେସନ୍ ଆଣ୍ଡ୍ କମ୍ୟୁନିକେସନ୍ ଟେକ୍ନୋଲୋଜି’ ଶିଳ୍ପ ଅଧିଗ୍ରହଣ କରି ଥିବାରୁ ୨୦୨୦ରେ ଭାରତରେ ‘ଏଫ୍ଡିଆଇ’ ୨୭% ବୃଦ୍ଧି ପାଇ ୬୪ ବିଲିୟନ୍ ଡଲାର୍ ହୋଇଛି। ୨୦୧୯ରେ ଭାରତର ‘ଏଫ୍ଡିଆଇ’ ଥିଲା ୫୧ ବିଲିୟନ୍ ଡଲାର୍। ଫଳରେ ସମଗ୍ର ବିଶ୍ବରେ ଭାରତ ପଞ୍ଚମ ବୃହତ୍ ‘ଏଫ୍ଡିଆଇ’ ପ୍ରାପ୍ତ ରାଷ୍ଟ୍ର ହୋଇପାରିଛି।
The post ୨୦୨୦ରେ ବର୍ଷରେ ଭାରତ ୬୪ ବିଲିୟନ୍ ଡଲାର୍ ‘ଏଫ୍ଡିଆଇ’ ପାଇଛି: ଜାତିସଂଘ first appeared on Sambad.