୨ୟ ଟି୨୦ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ, ୮ ଓଭର ଲେଖାଏଁ ଖେଳାଯିବ

୨ୟ ଟି୨୦ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ, ୮ ଓଭର ଲେଖାଏଁ ଖେଳାଯିବ

ନାଗପୁର : ମହାରାଷ୍ଟ୍ରର ନାଗପୁରଠାରେ ଖେଳାଯାଉଥିବା ୨ୟ ଟି୨୦ରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବ । ବିଳମ୍ବରେ ଆରମ୍ଭ ହେବା ଯୋଗୁଁ ମ୍ୟାଚକୁ ୮ ଓଭର ବିଶିଷ୍ଟ କରାଯାଇଛି ।

ବର୍ଷା ଓ ଓଦା ପଡ଼ିଆ ଯୋଗୁଁ ଏହି ମ୍ୟାଚ ଧାର୍ଯ୍ୟ ସମୟରେ ଆରମ୍ଭ ହୋଇପାରିନନଥିଲା । ପରେ ଅମ୍ପାୟାର ଓ ମ୍ୟାଚ ରେଫରି ପଡ଼ିଆ ପରିଦର୍ଶନ ପରେ ମ୍ୟାଚ ଅବଧିକୁ କମାଇବାକୁ ଘୋଷଣା କରିଥିଲେ । ଫଳରେ ଏହି ମ୍ୟାଚ ୮ ଓଭର ଲେଖାଏଁ ଖେଳାଯିବ । ଅର୍ଥାତ ଉଭୟ ଦଳ ୮ ଓଭଲ ଲେଖାଏଁ ଖେ​ଳିବେ ।  ଏହା ମଧ୍ୟରୁ ୨ ଓଭର ପାଓ୍ବାର ପ୍ଲେ ରହିବ ।  ଜଣେ ବୋଲର ସର୍ବାଧିକ ୨ ଓଭର ବୋଲିଂ କରିପାରିବେ । ରାତି ସାଢେ ୯ଟାରେ ଖେଳ ଆରମ୍ଭ ହେବ ।

ତେବେ ଭାରତ ପାଇଁ ଶୁଭ ସୂଚନା ହେଉଛି ଦଳର ଷ୍ଟ୍ରାଇକ ବୋଲର ଜସପ୍ରୀତ ବୁମରା ଦଳକୁ ଫେରିଛନ୍ତି । ସେ ଉମେଶ ଯାଦବଙ୍କ ବଦଳରେ ଖେଳିବେ । ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ଭାରତକୁ ୪ ଓ୍ବିକେଟରେ ପରାସ୍ତ କରିଥିଲା ।

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp