୧୬ ଜଣ ଆଜୀବନ କଏଦୀଙ୍କୁ ଜେଲରୁ ମୁକ୍ତି ମିଳିଲା
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲରେ ଆଜୀବନ କଏଦୀ ଭାବେ ସଜ୍ଜା କାଟୁଥିବା ମୋଟ ୧୬ ଜଣ କଏଦୀଙ୍କୁ ଜେଲରୁ ମୁକୁଳିବାର ବାଟ ସଫା ହୋଇଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଏହି କଏଦୀମାନେ ରହିଥିବା ରାଜ୍ୟର ବିଭିନ୍ନ ଜେଲରୁ ମୁକୁଳିବେ ବୋଲି ଜେଲ ବିଭାଗ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ଜଣାଯାଇଛି ।
୧୬ ଜଣ କଏଦୀଙ୍କ ମଧ୍ୟରୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଭାଇଜାକ ଜେଲରେ ୩ ଜଣ କଏଦୀ ଥିବା ବେଳେ ଚୌଦ୍ବାର, ବାଣପୁର, ସମ୍ବଲପୁର, ଢ଼େଙ୍କାନାଳ, ପୁରୀ, କୋରାପୁଟ, ବଲାଙ୍ଗୀର, କୋଟପାଡ଼ ଏବଂ ଜାମୁଝରୀ ମୁକ୍ତାକାଶ ଜେଲରୁ ଜଣେ ଲେଖାଏଁ କଏଦୀ ମୁକୁଳିବେ । ସେହିପରି ବାଲେଶ୍ବର ଏବଂ ବାରିପଦା ଜେଲରୁ ୨ ଜଣ ଲେଖାଏଁ କଏଦୀ ଆଜୀବନ ସଜ୍ଜା କାଟିବା ପରେ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିବାରୁ ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ କମିଟିର ଆବେଦନକୁ ରାଜ୍ୟପାଳ ଅନୁମୋଦନ ପ୍ରଦାନ କରିଛନ୍ତି ।
Please follow and like us: