୧୦୦ ମିଟର ଦୌଡ଼ରେ ଦୂତୀଙ୍କ ନୂଆ ଜାତୀୟ ରେକର୍ଡ, ଟୋକିଓ ଅଲିମ୍ପିକ୍ସରୁ ଅଳ୍ପକେ ବାଦ୍

୧୦୦ ମିଟର ଦୌଡ଼ରେ ଦୂତୀଙ୍କ ନୂଆ ଜାତୀୟ ରେକର୍ଡ, ଟୋକିଓ ଅଲିମ୍ପିକ୍ସରୁ ଅଳ୍ପକେ ବାଦ୍

ଭୁବନେଶ୍ଵର :  ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କଲେ ଓଡିଆ ଧାବିକା ଦୂତୀ ଚାନ୍ଦ  । ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ନିଜର ପୁରୁଣା ରେକର୍ଡ ଭାଙ୍ଗିବା ସହ ୧୦୦ ମିଟର ରେସରେ ନୂଆ କିର୍ତ୍ତୀ ଅର୍ଜନ କରିଛନ୍ତି ଦୂତୀ । ୧୦୦ ମିଟର ଦୌଡ଼କୁ ମାତ୍ର ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ରେକର୍ଡ କରିଛନ୍ତି ସେ । ତେବେ ମାତ୍ର .୦୦୨ ସେକେଣ୍ଡ ପାଇଁ ସେ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡିଛନ୍ତି ।

ପୂର୍ବରୁ ଦୂତୀଙ୍କ ନାଁରେ ୧୧.୨୨ ସେକେଣ୍ଡର ରେକର୍ଡ ଥିଲା ।  ପଟିଆଲାରେ ସେ ନିଜ ରେକର୍ଡକୁ ସହଜରେ ଭାଙ୍ଗି ନୂଆ ଜାତୀୟ ରେକର୍ଡ ସ୍ଥାନ କରିଛନ୍ତି। ତେବେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ବି ଦୂତୀ ଅଲିମ୍ପିକକୁ ଅଳ୍ପକେ କ୍ୱାଲିଫାଏ କରିବାକୁ ବଞ୍ଚିତ ହୋଇଛନ୍ତି। ଅଲିମ୍ପିକ୍ ପାଇଁ କ୍ୱାଲିଫାଏ ଟାଇମିଂ ୧୧.୧୫ ସେକେଣ୍ଡ ଧାର୍ଯ୍ୟ ଅଛି।  ଦୂତୀ ୦.୦୨ ସେକେଣ୍ଡ ପାଇଁ ଏଥିରୁ ବଞ୍ଚିତ ହୋଇଛନ୍ତି।

ଆଜି ଭାରତୀୟ ଧାବିକା ମାନଙ୍କର ରେସରେ ଦୂତୀ ସବୁଠୁ ଆଗରେ ରହିଥିଲେ । ସେ ୧୦୦ ମିଟର ରେସକୁ ମାତ୍ର ୧୧.୧୭ ସେକେଣ୍ଡରେ ଅତିକ୍ରମ କରିଥିଲେ । ତାଙ୍କ ପଛରେ କର୍ଣ୍ଣାଟକର ଧନେଶ୍ୱରୀ ୧୧.୪୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ । ସେହିପରି ପଶ୍ଚିମବଙ୍ଗର ହିମାଶ୍ରୀ ରୟ ୧୧.୭୧ ସେକେଣ୍ଡରେ ୧୦୦ ମିଟର ରେସ୍ ଅତିକ୍ରମ କରିଥିଲେ ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp