ହାତୀ ଆକ୍ରମଣରେ ବୃଦ୍ଧ ମୃତ
କଳାହାଣ୍ଡି: ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଲାଞ୍ଜିଗଡ଼ ଥାନା ନିୟମଗିରିର ଡେଙ୍ଗସରଗି ଗ୍ରାମରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରାଇ ମାଝୀ ।
ଆଜି ପ୍ରାତଃ ସମୟରେ ଗାଁ ମୁଣ୍ଡରେ ଥିବା ପାଣି ଟାଙ୍କି ନିକଟକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ହିଁ ରାଇଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବିଶ୍ୱନାଥପୁର ରେଞ୍ଜର ଲକ୍ଷ ମହାନନ୍ଦ ଓ ଲାଞ୍ଜିଗଡ଼ ବନପାଳ ବୃଷବ ବେଶ୍ରା ପହଂଚି ତଦନ୍ତ କରୁଛନ୍ତି। ପୋଲିସ ଓ ବନବିଭାଗ ଘଟଣାର ତଦନ୍ତ କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ନିୟମଗିରି ପାହାଡ଼ରୁ ପ୍ରାୟ ୧୦ରୁ ୧୫ ହାତୀପଲ ଆସି ପାଣିଟାଙ୍କି ନିକଟରେ ଥିବା କୁମାରୀ ମାଝୀଙ୍କ କଦଳୀ ବଗିଚାକୁ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ କରିଛନ୍ତି ।
Please follow and like us: