ସ୍ବାମୀର ଜୀବନ ବଞ୍ଚାଇବାପାଇଁ ଭିକ୍ଷା ମାଗିଲେ ସ୍ତ୍ରୀ, ସୌମିତ୍ରୀଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି

ସ୍ବାମୀର ଜୀବନ ବଞ୍ଚାଇବାପାଇଁ ଭିକ୍ଷା ମାଗିଲେ ସ୍ତ୍ରୀ, ସୌମିତ୍ରୀଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହନୁମାନପାଲି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଏହି ଦୃଶ୍ୟ ଦେଖିଲେ ହୁଏତ ତାହା ଦେଖିଲେ ଆପଣଙ୍କୁ କଷ୍ଚ ହୋଇପାରେ । ଆଉ ଆପଣ ଭାବିବେ କାହିଁକି ହାତରେ ଥାଳି ଦେଇ ଗାଁରେ ଏମିତି ଜଣେ ସ୍ତ୍ରୀ ଲୋକ ଜଣକ କାନ୍ଦି କାନ୍ଦି ବୁଲୁଛନ୍ତି ଗ୍ରାମରେ । କିନ୍ତୁ ଦୃଶ୍ୟ ପଛରେ ଲୁଚି ରହିଛି ଏକ ଦୁଃଖଦ କାହାଣୀ। ଯାହାକୁ ହାତ ଧରି ବିବାହ କରିଥିଲେ ସେ ଆଜି ବିଛଣାରେ। ଦିନେ ଯିଏ ରୋଜଗାର କରି ପରିବାର ମୁହଁରେ ଆହାର ଦେଉଥିଲା ସେ ଆଜି ହାତବାନ୍ଦି ବସିରହିଛି।

ସେ ନିଜ ଇଚ୍ଛାରେ ବସିନାହିଁ ବରଂ ରୋଗ ତାକୁ ବିଛଣାରେ ଶୋଇବାକୁ ବାଧ୍ୟ କରିଛି। ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ହନୁମାନପାଲି ଗାଁ ସୌମିତ୍ରୀ ମେହେର ଆଜକୁ ୨ ବର୍ଷ ହେଲାଣି କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଏବଂ ଶଯ୍ୟାଶାୟୀ। ଜୀବନ କାଳରେ ଯାହା ଟଙ୍କା ରଖିଥିଲେ ସେତକ ବି ସରିଗଲାଣି। ଚିକିତ୍ସା ପାଇଁ ଆଉ ପାଖରେ ଟଙ୍କା ନାହିଁ। ରୋଗର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କିନ୍ତୁ ଚିକିତ୍ସା ପାଇଁ ଆବଶ୍ୟକତା ଥିବା ଅର୍ଥର ରହିଛି ଘୋର ଅଭାବ। ଆଉ ସ୍ୱାମୀଙ୍କୁ ଭଲ କରିଦେବାକୁ  ଭିକ୍ଷାଥାଳି ଧରିଛନ୍ତି ସ୍ତ୍ରୀ। କେବଳ ସେ ନୁହେଁ ବରଂ ନିଜର ୨ କୁନି କୁନି ପିଲାଙ୍କୁ ଧରି ଗାଁ ମଝିରେ ଭିକ୍ଷା ମାଗୁଛନ୍ତି ସୌମିତ୍ରୀଙ୍କ ପତ୍ନୀ ଶୋଭାଗିନୀ ।

ବର୍ତ୍ତମାନ ପରିସ୍ଥିତି ଏମିତି ହେଲାଣି ଯେ, ଘରେ ଖାଇବାକୁ ପାଖରେ ଆଉ ଟଙ୍କା  ନାହିଁ। ଗୋଟିଏ ପଟେ ଯାହା ସହ ୭ ଜନ୍ମର ସାଥୀ ହୋଇ ରହିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ପ୍ରତିଶ୍ରୁତି ଦେଇଥିଲେ ସେ ଆଜି ବିଛଣାରେ, ଆଉ ସେପଟେ ଭୋକିଲାଙ୍କ ପିଲାଙ୍କ ପେଟରେ କେମିତି ଦାନା ମୁଠେ ଦେବେ ସେ ଚିନ୍ତାରେ ଭୋ ଭୋ ହୋଇ କାନ୍ଦୁଛନ୍ତି ସୋଭାଗିନୀ। କଣ କରିବେ? କେମିତି ନିଜ ସ୍ୱାମୀଙ୍କୁ ଭଲ କରିବେ ଓ ପିଲାଙ୍କ ମୁହଁରେ ଆହାର ଦେବେ ସେହି ଚିନ୍ତାରେ କଟୁଛି ଦିନ।

ତେବେ ଶୋଭାଗିନୀଙ୍କୁ କିନ୍ତୁ ଗାଁ ଲୋକ ସାହାଯ୍ୟର ହାତ ବଢାଇଛନ୍ତି। ପୂରା ଘଟଣା ଜାଣିବା ପରେ ଗାଁରେ ତୁରନ୍ତ ବୈଠକ ଡାକି ଶୋଭାଗିନୀଙ୍କୁ ଆର୍ଥିକ ସାହାଯ୍ୟ କରାଯାଇଛି। ହେଲେ ତାହା ସମୁଦ୍ରକୁ ସଙ୍ଖେ କହିଲେ ବୋଧହୁଏ କିଛି ଭୁଲ ହେବ ନାହିଁ। ଆଉ ଉନ୍ନତମାନର ଚିକିତ୍ସା ପାଇଁ ଶୋଭାଗିନୀଙ୍କୁ ସମସ୍ତେ ସାହାଯ୍ୟ କରନ୍ତୁ ବୋଲି ଗ୍ରାମବାସୀମାନେ ମଧ୍ୟ ନିବେଦନ କରିଛନ୍ତି। ଏପଟେ ଲକ୍ ଡାଉନ୍ ସଟ୍ ଡାଉନ୍ ଯୋଗୁଁ ମୁମ୍ବାଇ ଯାଇ ଆଉ ଚିକିତ୍ସିତ ହୋଇ ପାରୁନାହାନ୍ତି ସୌମିତ୍ରୀ ‌। ଯାହାଫଳରେ ସୋମବାର ଦିନ ଗ୍ରାମର ନିଷ୍ପତ୍ତି କ୍ରମେ ଗ୍ରାମର ଦୁଇ  ଜଣ ସ୍ବେଚ୍ଛାସେବୀ ସୌମିତ୍ରୀଙ୍କୁ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଆଜି ଚିକିତ୍ସା ପାଇଁ ଭର୍ତ୍ତି କରି ଫେରି ଆସିଛନ୍ତି ।

The post ସ୍ବାମୀର ଜୀବନ ବଞ୍ଚାଇବାପାଇଁ ଭିକ୍ଷା ମାଗିଲେ ସ୍ତ୍ରୀ, ସୌମିତ୍ରୀଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp