ସ୍ନାନ ପୂର୍ଣ୍ଣିମା: ଆସନ୍ତାକାଲି ରାତିରୁ ପୁରୀରେ ୧୪୪ ଧାରା
ପୁରୀ : ସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରତିବନ୍ଧକ ଆସନ୍ତାକାଲି ଅର୍ଥାତ ବୁଧବାର ରାତି ୧୦ଟାରୁ ଆସନ୍ତା ୨୫ ତାରିଖ ଅର୍ଥାତ ଶୁକ୍ରବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।
ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯିବ ନାହିଁ ଓ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ସମୟରେ ଯେକୌଣସି ପ୍ରକାରର ସାଧାରଣ ସଭା କିମ୍ବା ସମାବେଶ ଆୟୋଜନ ଉପରେ ସମ୍ପୂର୍ଣ୍ଣ ଦଣ୍ଡନୀୟ ରହିବ ।
ଏହାପୂର୍ବରୁ ରବିବାର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ବାର୍ଷିକ ରଥଯାତ୍ରାର ରୀତିନୀତି ଅନୁଯାୟୀ କାର୍ଯ୍ୟସୂଚୀ ଶେଷ କରିଥିଲା। କାର୍ଯ୍ୟସୂଚୀ ଅନୁଯାୟୀ , ଜୁଲାଇ ୧୨ରେ ଭକ୍ତଙ୍କ ବିନା ରଥଯାତ୍ରା ଅନୁଷ୍ଠିତ ହେବ। ପହଣ୍ଡି ସକାଳ ୮.୩୦ରୁ ଆରମ୍ଭ ହେବ ଏବଂ ରଥ ଟାଣିବା ୩ଟାରୁ ଆରମ୍ଭ ହେବ। ଛେରା ପହଁରା ନୀତି ଅପରାହ୍ନ ୧୨.୪୫ରୁ ୨ଟା ମଧ୍ୟରେ ଅନୁଷ୍ଠିତ ହେବ।