ସ୍ନାନ ପୂର୍ଣ୍ଣିମାରେ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ

ସ୍ନାନ ପୂର୍ଣ୍ଣିମାରେ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ

 ପୁରୀ: ଆସନ୍ତା ୨୪ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା । କୋରୋନା ମହାମାରୀ ମାଧ୍ୟମରେ ସ୍ନାନଯାତ୍ରାକୁ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ଶାନ୍ତିଶୃଙ୍ଖଳା ମଧ୍ୟରେ ସ୍ନାନ ପୂର୍ଣ୍ଣିମାର ଆୟୋଜନ କରିବା ପାଇଁ ପୁରୀ ଏସପି କେ ବିଶାଲ ସିଂ ମଙ୍ଗଳବାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି।

ବୈଠକରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ, କେଉଁ ଅଫିସର କେଉଁଠି ଡ୍ୟୁଟିରେ ରହିବେ, କାହାକୁ ଛଡା ଯିବା କାହାକୁ ଛଡା ଯିବ ନାହିଁ ଏ ନେଇ ଏସପି ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି । ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମାକୁ ଶାନ୍ତି ଶୃଙ୍ଖଳାରେ ଆୟୋଜନ କରିବା ଜିଲ୍ଲା ପୋଲିସର ମୂଳ ଲକ୍ଷ୍ୟ । ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ସ୍ନାନଯାତ୍ରା ଦିନ ବଡ଼ଦାଣ୍ଡ ସମେତ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି ।ରାଜ୍ୟରେ ଯେହେତୁ କୋଭିଡ କଟକଣା ରହିଛି ଏବଂ ବିନା ଭକ୍ତରେ ସ୍ନାନଯାତ୍ରା ଆୟୋଜନ ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି, ସେହି ଅନୁଯାୟୀ ସବୁ ପଦକ୍ଷେପ ନିଆଯାଇଛି ।

ସ୍ନାନଯାତ୍ରାରେ ସୁରକ୍ଷା ବ୍ୟବସ୍ଥାରେ ୫ ଜଣ ଅତିରିକ୍ତ ଏସପି, ୨୩ ଡିଏସପି, ୪୧ ଜଣ ଇନ୍ସପେକ୍ଟର, ୧୫୦ ଜଣ ଅନ୍ୟ ଅଫିସର, ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ତେବେ ସ୍ନାନଯାତ୍ରା ଆୟୋଜନ ନେଇ ସେବାୟତଙ୍କ ସହ ଆଲୋଚନା ସରିଛି। କେବଳ ନୀତି ସହିତ ସମ୍ପୃକ୍ତ ସେବାୟତ ତଥା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ।ଅନ୍ୟ କୌଣସି ବ୍ୟକ୍ତିକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ସେବାୟତଙ୍କୁ ଚିହ୍ନଟ କରି ଛାଡିବା ପାଇଁ ଶ୍ରୀମନ୍ଦିରର ଜେଟିପି କର୍ମଚାରୀ ପୋଲିସ ଅଧିକାରୀଙ୍କ ସହ ଉପସ୍ଥିତ ରହିବେ । ତେବେ ପୁରୀବାସୀ ପୂର୍ଵରୁ ପୋଲିସ ପ୍ରଶାସନକୁ ସହଯୋଗ କରୁଛନ୍ତି । ସ୍ନାନଯାତ୍ରାରେ ମଧ୍ୟ ସହଯୋଗ କରିବା ସହ ସମସ୍ତ ନିୟମ ମାନି ଘରେ ରହି ଟିଭିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ପୁରୀ ଏସପି ଅପିଲ କରିଛନ୍ତି ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp