ସ୍ନାନଯାତ୍ରା ପାଇଁ ଆଜି ସେବାୟତଙ୍କ କୋଭିଡ୍ ଟେଷ୍ଟ
ପୁରୀ: ଆସନ୍ତା ୨୪ ତାରିଖରେ ପୁରୀରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଏଥିରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର ଆଜି କୋଭିଡ୍ ଟେଷ୍ଟ କରାଯିବ । ଏହାସହ ସ୍ନାନଯାତ୍ରାରେ ସାମିଲ ହେବାକୁ ଥିବା ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କର ବି କରୋନା ଟେଷ୍ଟ ହେବ । ପୁରୀର ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ସମସ୍ତଙ୍କର RT-PCR ଟେଷ୍ଟ କରାଯିବ ।
ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ, ପୋଲିସ ଓ ମନ୍ଦିର ପ୍ରଶାସନ କର୍ମଚାରୀଙ୍କର ୪ ଟି ପର୍ଯ୍ୟାୟରେ କୋଭିଡ୍ ଟେଷ୍ଟ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଦେବସ୍ନାନ ପୂର୍ଣ୍ଣିମା, ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେର ୧୫ ଦିନ ପରେ ସମସ୍ତଙ୍କର RT-PCR ଟେଷ୍ଟ ପାଇଁ ନିଷ୍ପତ୍ତି ଦୋଇଛି ।
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଜୋରସୋରରେ ରଥ ନିର୍ମାଣ କାମ ଚାଲିଛି। ତିନି ରଥର ୧୪ ନାହାକା ନିର୍ମାଣ କାର୍ଯ୍ୟ ଚାଲିଛି।