ସୋର ସବ୍ ଜେଲ୍‌ର ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସୋର ସବ୍ ଜେଲ୍‌ର ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଉପକାରାଗାରେ ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ବିଚାରାଧୀନ କଏଦୀ ଜଣଙ୍କ ଭଦ୍ରକ ଜିଲ୍ଲାର କମଳାକାନ୍ତ ବାରିକ ବୋଲି ସୂଚନା ମିଳିଛି ।

ସେ ୨ମାସ ପୂର୍ବରୁ କରୋନା ପାଇଁ ଭଦ୍ରକରୁ ସୋର ସବଜେଲକୁ ସ୍ଥାନାନ୍ତର ହୋଇଥିଲେ । ଗତକାଲି ଅସୁସ୍ଥ ଅନୁଭବ କରିବାରୁ ରାତି ଗୋଟାଏ ବେଳେ ତାଙ୍କୁ ସୋର ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସୋର ମେଡ଼ିକାଲରେ ରଖାଯାଇଛି l

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp