ସୋମବାର ରାଶିଫଳ

ସୋମବାର ରାଶିଫଳ

ମେଷ: ଆୟ ବ୍ୟୟ ମଧ୍ୟରେ କମ ବ୍ୟବଧାନ ରହିବ । ବିବାହ ଓ ବିଭିନ୍ନ ପ୍ରତିଯୋଗିତା ପାଇଁ ଦିନଟି ଶୁଭ । ଗୁରୁଜନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆସିଲେ ମଧ୍ୟ ତାହା ଚିନ୍ତାଜନକ ହେବ ନାହିଁ । ଭୂମି କ୍ରୟ ବିକ୍ରୟରେ କ୍ଷତି ଏବଂ ରାଜନୀତିକ୍ଷେତ୍ର ସମସ୍ୟା ମୁକ୍ତ ହେବ ।

ବୃଷ: ମାନସିକ ଉଦବେଗରୁ ମୁକ୍ତ ରହିବେ । କର୍ମ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବଢିବ । ଆୟ ସ୍ଥିତିରେ ସ୍ୱଚ୍ଛଳତା, ସଦୁପଯୋଗ, ପରୋପକାରରେ ସନ୍ତୋଷ, ଉତ୍ସାହ ଓ ପରିବାରରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମିଳିବ । ଦୂରଯାତ୍ରା ଶୁଭଙ୍କର ହେବ ।

ମିଥୁନ: ଅଧିକ ପରିଶ୍ରମ କରିବେ । ସଫଳତା କମ ମିଳିବ । ଅମ୍ଲପିତ୍ତ ଜନିତ ଅସୁସ୍ଥତା ଆସିପାରେ । କର୍ମ କ୍ଷେତ୍ରରେ ଉତ୍ସାହ, କର୍ତ୍ତୃପକ୍ଷଙ୍କ ସହଯୋଗ, ଉତ୍ତମଆୟ, ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଧର୍ମ କାର୍ଯ୍ୟରେ ନିଷ୍ଠା ଓ ରାଜନୀତିରେ ପ୍ରଶଂସିତ ହେବେ ।

କର୍କଟ: ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ପାଇବେ । ପାରିବାରିକ ସ୍ନେହ ସଦ୍ଦିଚ୍ଛା, ମଙ୍ଗଳ କାର୍ଯ୍ୟରେ ଅଗ୍ରଗତି, ବୃତ୍ତିରେ ନିଷ୍ଠା ଓ କର୍ମ କ୍ଷେତ୍ରରେ ପ୍ରତ୍ସାହନର ଅଭାବ ଆସିବ । ଅଯଥା ବ୍ୟୟର ସାମ୍ନା କରିବେ । ପୂଜାପାଠରେ ଋଚି ବଢିବ ।

ସିଂହ: ଦୈହିକ ସ୍ୱାସ୍ଥ୍ୟ ଭଲ ନ ରହିପାରେ । ମନରେ ଅସନ୍ତୋଷ ଆସିବ । କର୍ମ କ୍ଷେତ୍ରରେ ଉନ୍ନତି, ବିଳାସ ଦ୍ରବ୍ୟକ୍ରୟ, ପ୍ରିୟ ପରିଜନଙ୍କର ବିରୋଧ ଆଦି ମିଶ୍ରିତ ଫଳ ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି ଯୋଗୁ ଆସିବ ।

କନ୍ୟା: ଥଣ୍ଡା ସର୍ଦ୍ଦି ଜନିତ ପୀଡା ପ୍ରାୟତଃ ଲାଗି ରହିବ । କର୍ମ କ୍ଷେତ୍ରରେ କମ ଆଗ୍ରହ, ଆର୍ଥିକ ଚିନ୍ତା, ପରିବାରରେ ସହଯୋଗ ଓ ବନ୍ଧୁମାନଙ୍କ ସହ ମଧୁର ସଂପର୍କ ଆସିବ । ଆହାର ବିହାର ନିୟମିତ ହେବ । ପ୍ରତିଯୋଗିତାରେ ବିଫଳତା ଯୋଗ ।

ତୁଳା: ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭରଶୀଳ ହେବେ । କାର୍ଯ୍ୟ ବିଳମ୍ବ, ମନରେ ଅବସାଦ, ଦେବାଦେବୀ କାର୍ଯ୍ୟରେ ନିଷ୍ଠା, କର୍ମ କ୍ଷେତ୍ରରେ ଉତ୍ସାହ ତଥା ଉଚ୍ଚ ବର୍ଗ ସହିତ ମନୋମାଳିନ୍ୟ ଆସିପାରେ । ରାଜନୀତିରେ ଲୋକପ୍ରିୟତା ବଢିବ ।

ବିଛା: ଦିନଟି କେତେକ ବିଶେଷ ଦିଗରୁ ଶୁଭ ପ୍ରଦାୟକ ହେବ । ଦୈହିକ ଅସୁସ୍ଥିରୁ ମୁକ୍ତ ହେବେ ବହୁଳାଂଶରେ । କର୍ମ କ୍ଷେତ୍ରରେ ଥିବା ଅବ୍ୟବସ୍ଥିତ ସ୍ଥିତିରେ ସୁଧାର ଆସିବ । ଗଠନମୂଳକ ପରାମର୍ଶ ପାଇବେ । ଦୂର ଯାତ୍ରାରେ ଶୁଭ ।

ଧନୁ: ଘାତଚନ୍ଦ୍ର ସାରାଦିନ ଭୋଗ ହେବ । କର୍ମ କ୍ଷେତ୍ରରେ ନିଯୁକ୍ତି ଦାତାଙ୍କ ସହିତ ମତପାର୍ଥକ୍ୟ ଆସିପାରେ । ଅମ୍ଳ ଅଜୀର୍ଣ୍ଣ, ଯାତ୍ରା ଅଶୁଭ, ପରିବାରରେ ଉତ୍ତମ ବୁଝାମଣା, ଦେବ କାର୍ଯ୍ୟରେ ମନୋନିବେଶ ଓ ବୈଷୟିକ କ୍ଷେତ୍ରରେ କ୍ଷୟକ୍ଷତିର ଆଶଙ୍କା ଅଛି ।

ମକର: ପରିବେଶ ଓ ପାରିପାର୍ଶ୍ୱିକ ସ୍ଥିତିର ଆବଶ୍ୟକତା ଅନୁସାରେ ନିଜକୁ ନିୟନ୍ତ୍ରିତ କରିବା ଆବଶ୍ୟକ । ଦେହ ସୁସ୍ଥ ରହିଲେ ମଧ୍ୟ ମାନସିକ ସନ୍ତୁଳନ ରଖିବା ବେଳେବେଳେ କଷ୍ଟକର ହେବ । ଗୁରୁଜନେ ପ୍ରିୟ ଓ ଆଶୀର୍ବାଦ ଲାଭ ହେବ ।

କୁମ୍ଭ: କର୍ମ କ୍ଷେତ୍ରରେ ପରୋକ୍ଷ ଶତ୍ରୁ ବଢିବାର ଆଶଙ୍କା ଅଧିକ । ସାମାଜିକ ଅନୁଷ୍ଠାନ ସହ ସୁସଂପର୍କ ରହିବ । ମୁଖ ମଣ୍ଡଳରେ ଅସୁସ୍ଥତା ଆସିପାରେ । ପରିବାରରେ ସହଜ ବୁଝାମଣା, ଯାନବାହାନରେ ବ୍ୟୟ, ଆୟ ପରିମିତ ହେବ ।

ମୀନ: କଲ୍ୟାଣ ଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭ କାରକ ହେବ । ମାନସିକ ସ୍ତରରେ ସୁସ୍ଥ ରହିବେ । କର୍ମ କ୍ଷେତ୍ରରେ ସନ୍ତୋଷ ଜନକ  ସ୍ଥିତି ମିଳିବ । ନୂତନ ଗୃହୋପକରଣ କ୍ରୟ, ବୈଷୟିକ ଉନ୍ନତି, ପରିବାରରେ ସହଯୋଗ ଓ ସତ ପରାମର୍ଶ ପାଇବେ ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp