ସେହି ବର୍ଷ ଏହି ତାରିଖ, ୧୦ ବର୍ଷ ତଳେ ଟେଷ୍ଟ ପଦାର୍ପଣ କରିଥିଲେ କୋହଲି

ସେହି ବର୍ଷ ଏହି ତାରିଖ, ୧୦ ବର୍ଷ ତଳେ ଟେଷ୍ଟ ପଦାର୍ପଣ କରିଥିଲେ କୋହଲି

ନୂଆଦିଲ୍ଲୀ: ଆଜିକୁ ୧୦ ବର୍ଷ ତଳେ ଏହି ତାରିଖରେ ଏବର ଭାରତୀୟ ଅଧିନାୟକ ବିରାଟ କୋହଲି ଟେ‌ଷ୍ଟ୍‌ ପଦାର୍ପଣ କରିଥିଲେ। ୨୦୧୧ ଜୁନ୍‌ ୨୦ ତାରିଖ ଦିନ ଜାମାଇକାର କିଙ୍ଗ୍‌ଷ୍ଟନ୍‌ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ସେ ଖେଳିଥିଲେ ନିଜର ପ୍ରଥମ ଟେ‌ଷ୍ଟ୍‌। ଅବଶ୍ୟ ପଦାର୍ପଣ ଟେଷ୍ଟ୍‌ କୋହଲିଙ୍କ ପାଇଁ ଫିକା ଥିଲା। ପୂରା ମ୍ୟାଚ୍‌ରେ ସେ ମାତ୍ର ୧୯ ରନ୍‌ କରିପାରିଥିଲେ। ପ୍ରଥମ ପାଳିରେ ୪ ରନ୍‌ କରିଥିବା କୋହଲି ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ଦ୍ବିତୀୟ ପାଳିରେ ୫୪ ବଲ୍‌ର ସାମ୍‌ନା କରି ୧୫ ରନ୍‌ କରିଥିଲେ। ଏହି ଟେଷ୍ଟ୍‌ରେ ସେ ଫିଡେଲ ଏଡ୍‌ୱାର୍ଡଙ୍କ ଶିକାର ହୋଇଥିଲେ। ତେବେ କୋହଲିଙ୍କ ଏହି ପଦାର୍ପଣ ମ୍ୟାଚ୍‌କୁ ଭାରତ ୬୩ ରନ୍‌ରେ ଜିତିଥିଲା। କିନ୍ତୁ ପଦାର୍ପଣ ଟେଷ୍ଟ୍‌ ପରଠାରୁ ଏପର୍ଯ୍ୟନ୍ତ କୋହଲି ଟେଷ୍ଟ୍‌ରେ ରାଜ୍‌ କରିଆସୁଛନ୍ତି।

ସେ ଏପର୍ଯ୍ୟନ୍ତ ୯୨ ଟେଷ୍ଟ୍‌ ଖେଳିଥିଲା ବେଳେ ୨୭ ଶତକ ସହ ୫୨.୩୭ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ୨୦୧୯ରେ ପୁଣେରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୨୫୪ ରନ୍‌ ଏବେ ବି ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ରହିଛି। ଶନିବାର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଖେଳିବା ଅବସରରେ ସେ ୭୫୦୦ ରନ୍‌ ଅତିକ୍ରମ କରିଛନ୍ତି। ଏକ୍ଷେତ୍ରରେ ସେ ନବମ ଦ୍ରୁତତମ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ ହୋଇଛନ୍ତି। ଆଉ ଭାରତୀୟଙ୍କ ମଧ୍ୟରେ ଚତୁର୍ଥ ଦ୍ରୁତତମ। କିଂବଦନ୍ତି ସୁନିଲ ଗାଭାସ୍କରଙ୍କ ସହ ଯୁଗ୍ମ ଭାବେ କୋହଲି ୧୫୪ ପାଳିରୁ ୭୫୦୦ ରନ୍‌ ଅତିକ୍ରମ କରିଥିଲା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଏହି ମାଇଲଖୁଣ୍ଟ ଅତିକ୍ରମ କରିବାକୁ ୧୪୪ ପାଳି ଖେଳିଥିଲେ। କୋହଲି ଏବେ ଆଇସିସି ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାରେ ଚତୁର୍ଥ ସ୍ଥାନରେ ରହିଛନ୍ତି।

The post ସେହି ବର୍ଷ ଏହି ତାରିଖ, ୧୦ ବର୍ଷ ତଳେ ଟେଷ୍ଟ ପଦାର୍ପଣ କରିଥିଲେ କୋହଲି first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp