ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ, ଖୁବ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ

ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ, ଖୁବ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ

ଭୁବନେଶ୍ୱର: ଧିରେ ଧିରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।  ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି। ୫୪ ବର୍ଷୀୟ ବିଜେପି ନେତା ପ୍ରଦୀପ୍ତ ନାୟକ ହେଉଛନ୍ତି ଭବାନୀପାଟଣାର ବିଧାୟକ। ସେ ଖୁବ୍‌ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ବୋଲି ଡାକ୍ତରଖାନା କର୍ତ୍ତୁପକ୍ଷ ସଚ୍ଚିଦାନନ୍ଦ ମହାନ୍ତି ରବିବାର ସୂଚନା ଦେଇଛନ୍ତି।

ସେ କରୋନା ଆକ୍ରାନ୍ତ ହୋଇଥିଲେ। ସେଥିରୁ ଆରୋଗ୍ୟ ଲାଭ କରିବା ପରେ ତାଙ୍କର ଭୁବନେଶ୍ୱରର ଏମ୍ସଠାରେ କରୋନା ପରବର୍ତ୍ତୀ ସମସ୍ୟା ନେଇ ଚିକିତ୍ସା ଚାଲିଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଅଛି। ସେ ଖୁବ୍‌ ଶୀଘ୍ର ଡିସଚାର୍ଜ ହୋଇଯିବେ। ତିନିରୁ ଚାରି ଦିନ ମଧ୍ୟରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରନ୍ତି ବୋଲି ଡା. ମହାନ୍ତି କହିଛନ୍ତି।

ଉଲ୍ଲେଖଯୋଗ୍ୟ,କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଏପ୍ରିଲ୍ ୨୦ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଆରୋଗ୍ୟ କାମନା କରିଥିଲେ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp