ସୁରକ୍ଷା ବଳୟ ଭାଙ୍ଗି ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିଲା ଗାଡ଼ି
ପୁରୀ: ଶ୍ରୀମନ୍ଦିର ସୁରକ୍ଷା କରିଡର ମଧ୍ୟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ | ସୁରକ୍ଷା ବଳୟ ଭାଙ୍ଗି ଆଜି ଏକ ଗାଡ଼ି ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ସମ୍ପୃକ୍ତ ଗାଡ଼ିରେ କେହି ଜଣେ ଅଧିକାରୀ ତାଙ୍କ ପରିବାରକୁ ନେଇ ଆସିଥିବା ବେଳେ 75ମିଟର କରିଡର ମଧ୍ୟରେ ଗାଡି ପାର୍କିଂ କରି ଦର୍ଶନ କରି ଫେରିଛନ୍ତି ।
ଶ୍ରୀମନ୍ଦିର ସମ୍ମୁଖରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ଏହା ଦେଖି ମଧ୍ୟ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଅରୁଣ ସ୍ତମ୍ଭ ନିକଟକୁ ଭିଆଇପି ଓ ଭିଭିଆଇପି ଗାଡି ଆସୁ ନଥିବା ବେଳେ ଏହି ଗାଡିଟି କିଭଳି ପହଞ୍ଚିଲା ତାହାର ତଦନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଘଟଣାରେ ଏସପି କେ.ଵିଶାଲ ସିଂହ କହିଛନ୍ତି କେଉଁ ପରିସ୍ଥିତିରେ ଗାଡିଟି ଗଲା,ସୁରକ୍ଷା ଜୋନ କଟକଣା ଉଲ୍ଲଘଂନ ହୋଇଛି କି ନାହିଁ ତାର ତଦନ୍ତ ହେବ।
The post ସୁରକ୍ଷା ବଳୟ ଭାଙ୍ଗି ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିଲା ଗାଡ଼ି appeared first on .
Please follow and like us: