ସୁଜି ପୋଡ ପିଠା
ଆବଶ୍ୟକ ସାମଗ୍ରୀ
ସୁଜି, ନଡିଆ କୋରା, ଚିନି, ଲୁଣ, ଘିଅ, ଗୁଜୁରାତି ପାଉଡର, ଗାଜର, ଗ୍ରୀନ ମଟର, ଇନୋ, ଛେନା, କାଜୁ, କଦଳୀ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ସୁଜି ନେଇ ସେଥିରେ, ଘିଅ, ନଡିଆ କୋରା, ଗୁଜୁରାତି ପାଉଡର, ଛୋଟଛୋଟ କଟା ହୋଇଥିବା ଛେନା, ଚିନି, କାଜୁ, ଛୋଟ ଛୋଟ କଟା ହୋଇଥିବା ଗାଜର, ଗ୍ରୀନ୍ ମଟର, ଲୁଣ, ଇନୋ ଏବଂ ଆବଶ୍ୟକ ଅନୁଯାୟୀ ପାଣି ମିଶାଇ ଭଲଭାବେ ଗୋଳାଇବେ । କିନ୍ତୁ ମନେ ରଖିବେ, ଏହାକୁ ଅଧିକ ପତଳା କରିବେ ନାହିଁ । ଏହାପରେ ଗ୍ୟାସରେ ତାଓ୍ବା ବସେଇ କମ୍ ଆଂଚରେ ରଖିବେ । ତାପରେ ତାଓ୍ବା ଉପରେ କଦଳୀପତ୍ର ପକାଇବେ ।
ଏବେ କଦଳୀପତ୍ର ଉପରେ ଭଲଭାବେ ଘିଅ ଲଗାଇବେ । ତାପରେ, ତା ଉପରେ ପ୍ରସ୍ତୁତ କରିଥିବା ମିଶ୍ରଣ ମୋଟା କରି ପକାଇବେ । ପୁଣି ତା ଉପରେ ଆଉ କିଛି ପତ୍ର ପକାଇ ଘୋଡାଇବେ । ଏହାପରେ ଗ୍ୟାସକୁ ମଧ୍ୟମ ଆଂଚରେ ରଖି ,ପିଠାକୁ ଧିରେଧିରେ ସିଝିବାକୁ ଛାଡିବେ । କିଛି ସମୟ ପରେ ପିଠାକୁ ଲେଉଟାଇବେ । ଦେଖିବେ ଉଭୟ ପାଖ ଭଲଭାବେ ସିଝିବା ପରେ , ଗ୍ୟାସ ବନ୍ଦ କରିବେ । ଏବେ କଦଳୀପତ୍ରକୁ କାଢି ପିଠାକୁ କାଢିବେ । ପ୍ରସ୍ତୁତ ହୋଇଗଲା ସୁଜି ପୋଡପିଠା । ଏବେ ଏହାର ମଜା ନେଇ ପାରିବେ ।