ସିବିଏସଇ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପ୍ରସଙ୍ଗ : ପଦ୍ଧତିକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ
ସିବିଏସଇ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନକୁ ନେଇ ପୁଣି ବିବାଦ ଦେଖିବାକୁ ମିଳିଛି | ଦ୍ୱାଦଶ ଛାତ୍ରଛାତ୍ରୀଙ୍କର କେମିତି ମୂଲ୍ୟାୟନ, କେଉଁ ଆଧାରରେ ହେବ ସେ ନେଇ ୧୭ ତାରିଖରେ ସୁପ୍ରିମକୋର୍ଟଙ୍କୁ ବିସ୍ତୃତ ତଥ୍ୟ ଦେଇଥିଲେ ସିବିଏସଇ କର୍ତୁପକ୍ଷ । ସିବିଏସଇର ଏହି ଫର୍ମୁଲାକୁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ । କିନ୍ତୁ ଏହି ପଦ୍ଧତିକୁ ନେଇ ଅସନ୍ତୋଷ ଅଛନ୍ତି ଛାତ୍ରଛାତ୍ରୀ | ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ୧୧୫୨ ଛାତ୍ରଛାତ୍ରୀ । ଆବେଦନକାରୀ ଛାତ୍ରଛାତ୍ରୀମାନେ ଅସନ୍ତୋଷ ଜାହିର କରିବା ସହ କେତେକ ପ୍ରସ୍ତାବ ଦେଇଛନ୍ତି । ଆଇନଜୀବୀ ମନୁ ପଟେଲଙ୍କ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସିବିଏସଇର ନିଷ୍ପତି ସମ୍ବିଧାନ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ଦର୍ଶାଇଛନ୍ତି ଆବେଦନକାରୀ । ଏଥିସହ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ପାଇଁ ସ୍ୱାସ୍ଥ୍ୟ ସମ୍ପର୍କୀତ ସମସ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ଆବେଦନରେ ଦର୍ଶାଇଛନ୍ତି । ମୂଲ୍ୟାୟନରେ କମ୍ପାର୍ଟମେଂଟ, ଫେଲ ହୋଇ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ, ଡ୍ରପ ଆଉଟ ଓ ଘରୋଇ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।
The post ସିବିଏସଇ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପ୍ରସଙ୍ଗ : ପଦ୍ଧତିକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ appeared first on .