ସିବିଏସଇ ଓ ଆଇସିଏସଇ ପରୀକ୍ଷା ବାତିଲ ନିଷ୍ପତ୍ତି ବିରୋଧି ଦାଖଲ ଆବେଦନ ସୁପ୍ରିମକୋର୍ଟଙ୍କସ ଦ୍ୱାରା ଖାରଜ

ସିବିଏସଇ ଓ ଆଇସିଏସଇ ପରୀକ୍ଷା ବାତିଲ ନିଷ୍ପତ୍ତି ବିରୋଧି ଦାଖଲ ଆବେଦନ ସୁପ୍ରିମକୋର୍ଟଙ୍କସ ଦ୍ୱାରା ଖାରଜ

ନୂଆଦିଲ୍ଲୀ: ସିବିଏସଇ ଓ ଆଇସିଏସଇ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ବିରୋଧ କରି ଦାଖଲ ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଛନ୍ତି। ଏଥିସହ ପରୀକ୍ଷା ମୂଲ୍ୟାଙ୍କନ ପାଇଁ ବୋର୍ଡ ଦ୍ଵାରା ଆପଣାଇଥିବା ପ୍ରକ୍ରିୟା ଲାଗୁ କରିବାକୁ ଅନୁମତି ଦେଇଛନ୍ତି ଅଦାଲତ। ମଙ୍ଗଳବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସିବିଏସଇ ଓ ଆଇସିଏସଇର ଦ୍ଵାଦଶ ମୂଲ୍ୟାଙ୍କନ ପଦ୍ଧତିକୁ ସଠିକ୍ ଏବଂ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି।

ସୁପ୍ରିମକୋର୍ଟ ମୂଲ୍ୟାଙ୍କନ ପଦ୍ଧତିରେ ଅନିୟମିତତା ହେବାର ଆଶଙ୍କା କରି ସ୍କୁଲ ଗୁଡିକ ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ଆଦେଶ ପାରିତ କରିବାକୁ ମନା କରିଛନ୍ତି। ଅଦାଲତ କହିଛନ୍ତି, ରେଜଲ୍ଟ ପାଇଁ ଏକ କମିଟି ରହିବେ, ସେ ପୂରା ପ୍ରକ୍ରିୟା ଉପରେ ନଜର ରଖିବେ। କମିଟିରେ ସ୍କୁଲର ନୁହେଁ ବାହାରର ସଦସ୍ୟ ରହିବେ।

ବିଚାରପତି ଏସ ଖାନଓ୍ଵିଲକର ଓ ବିଚାରପତି ଦିନେଶ ମାହେଶ୍ଵରୀଙ୍କ ପୀଠ ଛାତ୍ରଙ୍କୁ ଆରମ୍ଭରୁ ମୂଲ୍ୟାଙ୍କନ ସ୍କିମ କିମ୍ବା ପରୀକ୍ଷାରେ ବସିବା କୌଣସି ମଧ୍ୟରୁ ଗୋଟିଏ ବିକଳ୍ପ ଚୟନ କରିବା ଦାବିକୁ ଖଣ୍ଡନ କରିଛନ୍ତି। ଏଥିସହ ଜୁଲାଇରେ ଶ୍ରେଣୀ ଗୃହରେ ଦ୍ଵାଦଶ ବୋର୍ଡ ପରୀକ୍ଷା ଆୟୋଜନ ଦାବିକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp