ସର୍ବାଧିକ ପିଲାଥିଲେ ଲକ୍ଷେ ମିଳିବ
ଗୌହାଟୀ: ମିଜୋରାମ ମନ୍ତ୍ରୀଙ୍କ ଅଜବ ଘୋଷଣା । ସର୍ବାଧିକ ପିଲାଥିଲେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ପିଲା ଥିବା ଅଭିଭାବକଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । ମିଜୋ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ମିଜୋରାମ କ୍ରୀଡାମନ୍ତ୍ରୀ ରବର୍ଟ ରୋମଓ୍ୱିଆ ରୋୟତେ କହିଛନ୍ତି ।
ପୁରସ୍କାର ଟଙ୍କା ରବର୍ଟ ନିଜ ପୁଅ ନାଁରେ ଥିବା ଏକ କଂପାନୀରୁ ଭରଣା କରିବେ । ଅରୁଣାଚଳ ପ୍ରଦେଶ ପରେ ମିଜୋରାମ ଜନସଂଖ୍ୟା ଘନତ୍ୱରେ ଦ୍ୱିତୀୟ ସର୍ବନିମ୍ନ । ଅରୁଣାଚଳ ପ୍ରଦେଶ ୧ ବର୍ଗ କିମିରେ ୧୭ ଜଣ ରହୁଥିବା ବେଳେ ମିଜୋରାମରେ ୫୨ ରହିଛି । ମିଜୋରାମରେ ମିଜୋ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହା ଚିନ୍ତାର କାରଣ ହୋଇଛି ।
Please follow and like us: