ସରକାର ପ୍ରଥମେ ପାକିସ୍ତାନ ସହ କଥା ହୁଅନ୍ତୁ : ମେହବୁବା ମୁଫତି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରକୁ ନେଇ ପୁଣି ଥରେ ରାଜନୈତିକ ଉତ୍ତେଜନା ବଢିବାରେ ଲାଗିଛି । ଜୁନ୍ ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଡକାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁଣି ପାକିସ୍ତାନକୁ ନେଇ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି । ମେହବୁବା କହିଛନ୍ତି ଯେ ଜାମ୍ମୁ କାଶ୍ମୀର ବିଷୟରେ ପାକିସ୍ତାନ ସହ ଆଲୋଚନା ହେବା ଉଚିତ ।

ସୂଚନା ଅନୁସାରେ, ମେହବୁବା ମୁଫତି କହିଛନ୍ତି ଯେ ସମ୍ବିଧାନ ଦ୍ୱାରା ଆମକୁ ଦିଆଯାଇଥିବା ଅଧିକାର ଆମଠାରୁ ଛଡ଼ାଯାଇଛି, ତାହା ବ୍ୟତୀତ ମଧ୍ୟ ଜାମ୍ମୁ କାଶ୍ମୀରରେ ଆଉ ଏକ ସମସ୍ୟା ରହିଛି। ସମଗ୍ର ଅଞ୍ଚଳରେ ଶାନ୍ତି ରହିବା ଉଚିତ୍ । ଏହାସହ ସେ କହିଛନ୍ତି ଯେ, ସେମାନେ ଆମ ସହ କଥାବାର୍ତ୍ତା କରୁଛନ୍ତି, ଏହି ଲୋକମାନେ ତାଲିବାନ ସହିତ ମଧ୍ୟ କଥାବାର୍ତ୍ତା କରୁଛନ୍ତି । ଜାମ୍ମୁ କାଶ୍ମୀରର଼ ସମସ୍ତଙ୍କ ସହ କଥାବାର୍ତ୍ତା ହେବା ସହ ପାକିସ୍ତାନ ସହ ମଧ୍ୟ କଥାବାର୍ତ୍ତା କରାଯିବା ଉଚିତ୍ ।

ସୂଚନା ଯୋଗ୍ୟ ଯେ, ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସବୁ ବେଳେ ଚାହାଁନ୍ତି ଯେ, ପାକିସ୍ତାନ ଏବଂ ପାକିସ୍ତାନ ସମର୍ଥିତ ନେତାଙ୍କ ସହ କୌଣସି ଆଲୋଚନା ନ କରିବାକୁ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଜାମ୍ମୁ କାଶ୍ମୀରର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ଏକ ବୈଠକ ଡକାଯିବା ମଧ୍ୟରେ ମେହବୁବାଙ୍କ ଏହି ବିବୃତ୍ତି ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛି।

The post ସରକାର ପ୍ରଥମେ ପାକିସ୍ତାନ ସହ କଥା ହୁଅନ୍ତୁ : ମେହବୁବା ମୁଫତି appeared first on .

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp