ସରକାରୀ ସ୍କୁଲରେ ଆଜିଠାରୁ ଆରମ୍ଭ ହେବ ଅନଲାଇନରେ ପାଠପଢା : ପ୍ରଥମରୁ ଅଷ୍ଟମ ଯାଏଁ ସକାଳ ୯ଟାରୁ ସାଢ଼େ ୧୦ଟା, ନବମ; ଦଶମରେ ୧୦ଟା ୪୫ରୁ ଗୋଟାଏ ଯାଏଁ ହେବ କ୍ଲାସ 

ସରକାରୀ ସ୍କୁଲରେ ଆଜିଠାରୁ ଆରମ୍ଭ ହେବ ଅନଲାଇନରେ ପାଠପଢା : ପ୍ରଥମରୁ ଅଷ୍ଟମ ଯାଏଁ ସକାଳ ୯ଟାରୁ ସାଢ଼େ ୧୦ଟା, ନବମ; ଦଶମରେ ୧୦ଟା ୪୫ରୁ ଗୋଟାଏ ଯାଏଁ ହେବ କ୍ଲାସ 

କନକ ବ୍ୟୁରୋ : ଅନଲାଇନରେ ପାଠ ପଢିବ ଓଡିଶା । କରୋନାର ଦ୍ବିତୀୟ ଲହର ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା ବ୍ୟାହତ ହୋଇଛି । ଶିକ୍ଷାବର୍ଷର ୩ ମାସ ଗଡ଼ି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୋଟିଏ ବି ଶ୍ରେଣୀର କ୍ଲାସରୁମ୍‌ ଶିକ୍ଷାଦାନ ହୋଇପାରି ନାହିଁ । ତାହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ-ଟ୍ୟୁବ୍‌ରେ ଶିକ୍ଷାଦାନ ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । କେଉଁ ଦିନ କେଉଁ ବିଷୟର ପାଠପଢ଼ା ହେବ, ସେନେଇ ରୁଟିନ୍‌ ପ୍ରକାଶ କରାଯାଇଛି ।

ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜୁନ୍‌ ୨୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ । ଆଜିଠାରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ଦିନକୁ ୪ଟି ପିରିୟଡ୍‌ ହେବ । ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ୟୁଟ୍ୟୁବ୍‌ରେ ହେବ । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏବଂ ୪ର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ୟୁଟ୍ୟୁବରେ ଯେଉଁ ବିଷୟ ପଢ଼ାଯିବ, ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ତାହାକୁ ଦେଖିବେ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ବନ୍ଦ୍ବକୁ ଚାଟ୍‌ ଓ ଭଏସ୍‌ କଲ୍‌ ମାଧ୍ୟମରେ ଦୂର କରିବେ । କେଉଁ ଦିନ କେତେ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍‌ରେ ପଢ଼ିଲେ ସ୍କୁଲ ଶିକ୍ଷକ ତାହାର ତଥ୍ୟ ରଖିବେ । ସ୍କୁଲ ଶିକ୍ଷକମାନେ ବିଷୟ ଅନୁଯାୟୀ, କ୍ଲାସ ଅନୁଯାୟୀ ପ୍ରତି ଚାପ୍ଟରର ୱାର୍କସିଟ୍‌ ପ୍ରସ୍ତୁତ କରିବେ ଏବଂ ତାହାକୁ ପିଲାଙ୍କ ନିକଟକୁ ହ୍ବାଟସ୍‌ଆପ୍‌ରେ ପଠାଇବେ। ପ୍ରତି ପିଲାର ୱାର୍କସିଟ୍‌କୁ ମୂଲ୍ୟାୟନ କରି ସ୍କୋର ପ୍ରଦାନ କରିବେ । ସେଗୁଡ଼ିକୁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ଅନୁଧ୍ୟାନ କରିବେ ।

ଗଣଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ବିରୋଧ କରିଛି । ୟୁଟ୍ୟୁବ୍‌ ପାଠପଢ଼ା ଅପେକ୍ଷା ଟେଲିଭିଜନ୍‌ ଉପରେ ଅଧିକ ଗୁରୁତ୍ବ ଦେବାକୁ ସଙ୍ଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କରୋନାର ପ୍ରଥମ ଲହର ସମୟରେ ଅନ୍‌ଲାଇନ୍‌ ଶିକ୍ଷାଦାନ ମାତ୍ର ୨୦ରୁ ୨୨ପ୍ରତିଶତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଥିବା କୁହାଯାଉଥିବା ବେଳେ ବାସ୍ତବରେ ଗ୍ରାମାଞ୍ଚଳରେ ଏହା ୧୦ ପ୍ରତିଶତରୁ କମ୍‌ ଓ ସହରାଞ୍ଚଳରେ ୨୦%ରୁ କମ୍ ଥିଲା । ତା’ ପରେ ବି ରାଜ୍ୟ ସରକାର ୟୁଟ୍ୟୁବ୍‌ରେ ପଢ଼ାଇବା ଲାଗି ଯୋଜନା କରିଛନ୍ତି, ଯାହାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅନେକ ଦ୍ବନ୍ଦ୍ବ ରହିଛି ।

୯ମ ଓ ଦଶମ ଶ୍ରେଣୀ ପିଲା ୪ରୁ ୬ଘଣ୍ଟା ଅନ୍‌ଲାଇନ୍‌ରେ ରହିବେ, ତେଣୁ ବହୁ ନେଟ୍‌ ଡାଟା ପ୍ୟାକ ଖର୍ଚ୍ଚ ହେବ । ପିଲା ଓ ଅଭିଭାବକ ଏତେ ଟଙ୍କା କେଉଁଠୁ ଆଣିବେ ବୋଲି ସଙ୍ଗଠନ ପ୍ରଶ୍ନ କରିଛି । ୟୁଟ୍ୟୁବ୍‌ ପାଠପଢ଼ା ଦ୍ବାରା ବହୁ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେବେ । ଛାତ୍ରଛାତ୍ରୀଙ୍କ ମାନସିକତା ଉପରେ ମଧ୍ୟ ଚାପ ପଡ଼ିବାର ଆଶଙ୍କା ରହିଛି । ତେଣୁ ଟେଲିଭିଜନ ମାଧ୍ୟମରେ ଶିକ୍ଷାଦାନ କରାଯିବା ସହ ଶିକ୍ଷକମାନଙ୍କ ଦ୍ବାରା ଅନ୍‌ଲାଇନ୍‌ରେ ରିମେଡିଆଲ୍‌ କ୍ଲାସ କରିବାକୁ ପାଇଁ ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ରଞ୍ଜନ କୁମାର ଦାଶ ପ୍ରମୁଖ ପ୍ରସ୍ତାବ ଦେଇଛନ୍ତି ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp