ସବୁ ବୟସ ବର୍ଗଙ୍କୁ ଡେଲ୍ଟା ପ୍ରଜାତି ସଂକ୍ରମଣ କରିଛି: ୟୁକେ ଅନୁଧ୍ୟାନ
ହାଇଦ୍ରାବାଦ: ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲ୍ଟା(ବି.୧.୬୧୭.୨) ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଶିଶୁଙ୍କ ଠାରୁ ଆରମ୍ଭ କରି ଅତି ବରିଷ୍ଠ ନାଗରିକଙ୍କ ଯାଏ ସବୁ ବର୍ଗର ନାଗରିକଙ୍କୁ ସଂକ୍ରମିତ କରିଥିବା ଜାଣିବାକୁ ମିଳିଛି। ସେହିପରି ଏହାଦ୍ବାରା ପୀଡ଼ିତ ହୋଇଥିବା ପୁରୁଷଙ୍କ ସଂଖ୍ୟା ଯଦିଓ ଅପେକ୍ଷାକୃତ ଅଧିକ, ତେବେ ଏଥିରେ ଉଭୟ ପୁରୁଷ ଓ ମହିଳା ସମପରିମାଣରେ ପ୍ରଭାବିତ ହୋଇଥିବା କୁହାଯାଇଛି। ତେବେ ୨୦ରୁ ୩୦ ବର୍ଷ ବୟସ୍କମାନେ ହିଁ ଏହି ପ୍ରଜାତି ଭୂତାଣୁର ବେଶୀ ଶିକାର ହୋଇଥିବା ୟୁକେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଜଣାଯାଇଛି।
ମହାରାଷ୍ଟ୍ରରେ ପ୍ରଥମେ ଆବିର୍ଭୂତ ଡେଲ୍ଟା ପ୍ରଜାତି ବା ଦ୍ବୈତ ରୂପାନ୍ତରିତ ପ୍ରଜାତିର କରୋନାଭୂତାଣୁ ହିଁ ଦେଶର ଦ୍ବିତୀୟ ଲହର ବ୍ୟାପକତାରେ ପ୍ରମୁଖ ଭୂମିକା ନିଭାଇଥିବା କୁହାଯାଉଛି। ସେହିପରି ତେଲେଙ୍ଗାନା ସରକାରଙ୍କ ଦ୍ବାରା ପ୍ରତ୍ୟହ ପ୍ରକାଶ ପାଉଥିବା ନୂତନ କୋଭିଡ୍ ସଂକ୍ରମିତ ମାମଲାରୁ ଏହି ଦ୍ବିତୀୟ ଲହର ବେଳେ ସବୁ ବୟସ ବର୍ଗ ହିଁ ସଂକ୍ରମଣର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଡେଲ୍ଟା ପ୍ରଜାତିର ଭୂତାଣୁ କେ୪୧୭ଏନ୍ ନାମକ ରୂପାନ୍ତରକୁ ଧାରଣ କରି ଡେଲ୍ଟା ପ୍ଲସ୍ ବା ଏଵାଇ.୧ ନାମରେ ନୂଆ ନୂଆ ହଇଚଇ ଆରମ୍ଭ କରିଦେଇଛି।
The post ସବୁ ବୟସ ବର୍ଗଙ୍କୁ ଡେଲ୍ଟା ପ୍ରଜାତି ସଂକ୍ରମଣ କରିଛି: ୟୁକେ ଅନୁଧ୍ୟାନ first appeared on Sambad.