ସତର୍କତା ଓ ସଚେତନତା ପାଇଁ ସଫଳତା, ଝାରସୁଗୁଡ଼ାର ଏହି ଗାଁକୁ ଏଯାଏ ଛୁଇଁନାହିଁ କରୋନା ଭୂତାଣୁ

ସତର୍କତା ଓ ସଚେତନତା ପାଇଁ ସଫଳତା, ଝାରସୁଗୁଡ଼ାର ଏହି ଗାଁକୁ ଏଯାଏ ଛୁଇଁନାହିଁ କରୋନା ଭୂତାଣୁ

ଝାରସୁଗୁଡ଼ା: ଗାଁରେ ପାଦଥାପି ନାହିଁ ମହାମାରୀ କରୋନା । ଭୂତାଣୁ ମୁକ୍ତ ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକର ଖଏଟ ଗାଁ । କରୋନାର ପ୍ରଥମ ଓ ଦ୍ବିତୀୟ ଲହର ସବୁଠି କାୟା ବିସ୍ତାର କରିଥିବା ବେଳେ ଖଏଟ ଗାଁ ଭାଇରସ୍ ଠାରୁ ବହୁ ଦୂରରେ ରହିଛି । ସଚେତନତା ଓ ସତର୍କତା ପାଇଁ ସଫଳତା ମିଳିଛି ବୋଲି ଲୋକଙ୍କ ବିଶ୍ବାସ ।

ଭୂତାଣୁକୁ ଚେକ୍ ଦେଉଛନ୍ତି ଆଦିବାସୀ ସମ୍ପ୍ରଦାୟ । ଗାଁରେ ପାଦଥାପି ନାହିଁ ମାରାତ୍ମକ ଭାଇରସ୍ । କରୋନା ମୁକ୍ତ ଖଏଟ ଗାଁ । ସଚେତନତା ଓ ସତର୍କତା ପାଇଁ ସଫଳତା । ଝାରସୁଗୁଡା ଜିଲ୍ଲା ସଦର ବ୍ଲକର ଖଏଟ ଗାଁ । ୬୦ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ରହୁଥିବା ଏହି ଗାଁରେ ମାରାତ୍ମକ କରୋନା ଭାଇରସ୍ ଏଯାଏ ପାଦଥାପି ନାହିଁ । ସତର୍କତା ଓ ସଚେତନା ପାଇଁ ସୁରକ୍ଷିତ ଅଛନ୍ତି ଏଠିକାର ଲୋକ । କରୋନାର ପ୍ରଥମ ଓ ଦ୍ବିତୀୟ ଲହର ସବୁଠି କାୟା ବିସ୍ତାର କରିଥିବା ବେଳେ ଗାଁର ଯୁବପିଢୀ, ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କ ସଚେତନତା ପାଇଁ ଭୂତାଣୁ ଗାଁ ଠାରୁ ବହୁ ଦୂରରେ ରହିଛି ।

ଜ଼ିଲ୍ଲାପ୍ରଶାସନ ପକ୍ଷରୁ ଗାଁରେ ଦୁଇଥର ସ୍ବାବ୍ ପରୀକ୍ଷା ହୋଇଛି । ମାତ୍ର ପ୍ରତ୍ୟେକ ଥର ରିପୋର୍ଟ ନେଗେଟିଭ୍ ଆସିଛି । କରୋନା କଟକଣା ମାନି ଏଠିକାର ଲୋକ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରଖୁଥିବାରୁ ଗାଁ କରୋନା ମୁକ୍ତ ହୋଇଛି । ଅନ୍ୟପଟେ ସଚେତନତା ଓ ସତର୍କତା ପାଇଁ ଗ୍ରାମବାସୀଙ୍କୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବିଡ଼ିଓ ।

The post ସତର୍କତା ଓ ସଚେତନତା ପାଇଁ ସଫଳତା, ଝାରସୁଗୁଡ଼ାର ଏହି ଗାଁକୁ ଏଯାଏ ଛୁଇଁନାହିଁ କରୋନା ଭୂତାଣୁ appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp