ସଂସ୍କୃତି ବିଶ୍ବବିଦ୍ୟାଳୟ ପୋର୍ଟାଲରେ ବିବାଦୀୟ ଚିତ୍ର: ଜଗନ୍ନାଥ ସଂସ୍କୃତିକୁ ଅପମାନ, ତୁରନ୍ତ ହଟାଇବାକୁ ଦାବି
ବାଲେଶ୍ବର : ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ୱେବ୍ ପୋର୍ଟାଲ ଫଟୋ ଗ୍ୟାଲେରିରେ ଦେବଦେବୀଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ଆସିଛି। ଏହି ପୋର୍ଟାଲରେ ଏମିତି କିଛି ଚିତ୍ର ଅପଲୋଡ୍ କରାଯାଇଛି, ଯେଉଁଥିରେ ୩ ଜଣ ଯୁବତୀ ପରିଧାନ କରିଥିବା ବସ୍ତ୍ରରେ ଶ୍ରୀଜଗନ୍ନାଥ ଓ ରାଧାକୃଷ୍ଣଙ୍କ ଚିତ୍ର ଅଙ୍କା ହୋଇଥିବା ବେଳେ ସେଗୁଡ଼ିକ ଯୁବତୀଙ୍କ ଗୋଡ଼ରେ ସ୍ପର୍ଶ ହେଉଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବାଲେଶ୍ବର ଚାରୁ ଓ କାରୁକଳା ମହାବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେମାନେ କହିଛନ୍ତି, ଚିତ୍ରକଳା, ଚିତ୍ରକଳା ସ୍ଥାନରେ ରହୁ। କିନ୍ତୁ ଚିତ୍ରକଳା ନାଁରେ ଦେବଦେବୀଙ୍କୁ ଏଭଳି ସ୍ଥାନରେ ସ୍ଥାନୀତ କରାନଯାଉ। ଏହା ଆମ ଜଗନ୍ନାଥ ସଂସ୍କୃତି ତଥା ଓଡ଼ିଶାର ପରମ୍ପରା ପ୍ରତି ଘୋର ଅପମାନ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଏସବୁ ଚିତ୍ରକୁ ପୋର୍ଟାଲରୁ ହଟାଇ ନିଅନ୍ତୁ। ଏହା ବ୍ୟତୀତ ଯେଉଁ ଚିତ୍ରଶିଳ୍ପୀ ଏହି ଚିତ୍ରଗୁଡ଼ିକ ଆଙ୍କିଛନ୍ତି ଏବଂ ଯିଏ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୱେବ୍ ପୋର୍ଟାଲରେ ଏହାକୁ ସ୍ଥାନୀତ କରିବା ପାଇଁ ଚୟନ କରିଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
The post ସଂସ୍କୃତି ବିଶ୍ବବିଦ୍ୟାଳୟ ପୋର୍ଟାଲରେ ବିବାଦୀୟ ଚିତ୍ର: ଜଗନ୍ନାଥ ସଂସ୍କୃତିକୁ ଅପମାନ, ତୁରନ୍ତ ହଟାଇବାକୁ ଦାବି first appeared on Sambad.