ଷ୍ଟିଙ୍ଗ୍‌ ଅପରେସନରେ ହନୁମାନ ପଇସା ଗ୍ୟାଙ୍ଗ: କୋଡ ୱାର୍ଡରେ ଚାଲିଛି ବେପାର

ଢେଙ୍କାନାଳ: ଆଡ୍ଡା ଜମାଇଛନ୍ତି ଅନ୍ତଃରାଷ୍ଟ୍ରୀୟ କଳା ବ୍ୟବସାୟୀ । ପ୍ରଥମେ ପଶୁପକ୍ଷୀଙ୍କ ଅଙ୍ଗ, ପରେ ବ୍ରାଉନସୁଗାର, ଆଉ ଏବେ ପ୍ରାଚୀନ ମୁଦ୍ରାର ତସ୍କରି । ଚାଲିଛି କୋଟି କୋଟି ଟଙ୍କାର କଳା ବେପାର । ଏହି ବେଆଇନ ବେପାରର ଚେର କୋଲକାତା ପର୍ଯ୍ୟନ୍ତ ଲମ୍ବିଥିବା ପ୍ରମାଣ ମିଳିଛି । କୋଡ ଓ୍ବାର୍ଡରେ ଚାଲିଛି ଏହି ସମସ୍ତ ବେପାର । ପାସ ଓ୍ବାର୍ଡ ରହିଛି ‘ଜୟ ମା କାଳୀ’ । ନନ୍ଦିଘୋଷ ଟିଭିର ଷ୍ଟିଙ୍ଗ୍‌ ଅପରେସନରେ ସାମ୍ନାକୁ ଆସିଛି ସତ୍ୟାସତ୍ୟ । ବହୁ ପ୍ରାଚୀନ ହନୁମାନ ପଇସା ସହିତ ଅନ୍ୟାନ୍ୟ ପ୍ରାଚୀନ ସାମଗ୍ରୀର ଏଠି ଚାଲିଛି କୋଟି କୋଟି ଟଙ୍କାରେ ଡିଲ । କିପରି ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଏହାର ଚାହିଦା ରହିଛି ।

ତା’ର ସଂପୂର୍ଣ୍ଣ ଚିତ୍ର କଏଦ ହୋଇଛି ଆମ କ୍ୟାମେରାରେ । ଦେଖନ୍ତୁ ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଷ୍ଟିଙ୍ଗ୍‌ ଅପରେସନର ଚିତ୍ର । ଧଳାକାଗଜରେ ଲେଖାହୋଇଛି ସଂପୂର୍ଣ୍ଣ ତଥ୍ୟ । ସେହି ତଥ୍ୟ ଲେଖାଯାଇଥିବା ଧଳାକାଗଜରେ ରଖାଯାଇଛି ତିନିଟି ପ୍ରାଚୀନ ମୁଦ୍ରା ବା ହନୁମାନ ଓ ରାମସୀତାଙ୍କ ଚିତ୍ରଥିବା ମୁଦ୍ରା । ଏଠି କଳା ବେପାରୀମାନଙ୍କୁ ଦେଖାଯାଉଛି ଡେମୋ । ଛୁଞ୍ଚି ଦ୍ଵାରା କରାଯାଉଛି କ୍ଵାଲିଟି ଚେକ । ଛୁଞ୍ଚିକୁ ମୁଦ୍ରା ନିକଟକୁ ନେଲେ ମୁଦ୍ରାଟି ଛୁଞ୍ଚିକୁ ଠେଲି ଦେଉଛି । ଏହି ପରୀକ୍ଷାରୁ ମୁଦ୍ରା ଅସଲି ପ୍ରମାଣିତ ହୋଇଛି । ସେହିଭଳି ମୁଦ୍ରାଠାରୁ ଦୂରରେ ରହିଛି କିଛି ଅରୁଆ ଚାଉଳ । ଏହି ଚାଉଳଗୁଡ଼ିକ ଧୀରେ ଧୀରେ ମୁଦ୍ରା ପାଖକୁ ଟାଣିହୋଇ ଆସୁଛି ।

ଏହି ପରୀକ୍ଷଣରୁ ପୁଣି ଥରେ ପ୍ରମାଣିତ ହୋଇଛି ମୁଦ୍ରା ଅସଲି । ଗୋଟିଏ ହନୁମାନ ପଇସାକୁ 5କୋଟି ଟଙ୍କାରେ ବିକ୍ରି ପାଇଁ ଚାଲିଛି ମୂଲଚାଲ । ସେହିଭଳି ଏକ କଳାପଥରର ମଧ୍ୟ ଅସଲି ନକଲି ପରୀକ୍ଷଣ କରୁଛନ୍ତି ଦୁର୍ବୃତ୍ତ । କୋଇଲା ଭଳି ଦେଖାଯାଉଥିବା ଏହି ପଥର ଖଣ୍ଡର ବି ଚାଲିଛି କ୍ବାଲିଟି ଚେକିଂ । ପଥରକୁ ତଳେ ଘଷିଲେ ବି ଏହା ଘୋରି ହେଉନାହିଁ । ଏପରିକି କାଚକୁ କାଟିଲେ କାଚ କଟିଯାଉଛି । ଏହା ବ୍ଲାକ ଡାଇମଣ୍ଡ ବୋଲି ଜଣାପଡିଛି । ଏହା ମଧ୍ୟ ଲକ୍ଷାଧିକ ଟଙ୍କାରେ ବିକ୍ରି ପାଇଁ ଡିଲ୍‌ କରୁଛନ୍ତି କଳା-ବ୍ୟବସାୟୀ ।

The post ଷ୍ଟିଙ୍ଗ୍‌ ଅପରେସନରେ ହନୁମାନ ପଇସା ଗ୍ୟାଙ୍ଗ: କୋଡ ୱାର୍ଡରେ ଚାଲିଛି ବେପାର appeared first on .

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp