ଲଦାଖରେ ୧୮ହଜାର ଫୁଟ୍ ଉଚ୍ଚରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ଲଦାଖ: ସୀମାରେ ଯୋଗ କଲେ ଜାଗ୍ରତ ପ୍ରହରୀ । ଲଦାଖରେ ୧୮ହଜାର ଫୁଟ୍ ଉଚ୍ଚରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି ଦେଶର ଯବାନ । ଆଇଟିବିପି ଯବାନମାନେ ବିଭିନ୍ନ ମୁଦ୍ରାରେ ଯୋଗ କରିଛନ୍ତି । ସୀମାରୁ ଯୋଗ ଦ୍ୱାରା ଫିଟ୍ ରହିବାର ଫର୍ମୂଲା ଦେଶବାସୀଙ୍କୁ ଦେଇଛନ୍ତି ଯବାନ ।
ସେହିପରି ଗଲଓ୍ୱାନ ଘାଟିରେ ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନେ ବି ଯୋଗ କରିଛନ୍ତି । ପାଙ୍ଗଙ୍ଗ ସୁ ଅଞ୍ଚଳରେ ଯବାନ ଯୋଗାସନରେ ନଜର ଆସିଛନ୍ତି । ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି । ସେହିପରି ଜମ୍ମୁ କଶ୍ମୀରରେ ବି ସିଆରପିଏଫ୍ ଯବାନ ଯୋଗ କରିଛନ୍ତି ।
Please follow and like us: