ଲକ୍‌ଡାଉନ୍‌ରେ ରାସ୍ତାରେ ମଦ ପିଇ ଧରାପଡ଼ିଲେ ୪ ସାଙ୍ଗ

ଲକ୍‌ଡାଉନ୍‌ରେ ରାସ୍ତାରେ ମଦ ପିଇ ଧରାପଡ଼ିଲେ ୪ ସାଙ୍ଗ

ଭୁବନେଶ୍ବର : ସଟ୍‌ଡାଉନ୍‌ରେ ସବୁଆଡ଼େ ଶୂନ୍‌ଶାନ୍‌ ଥିଲା। ପୁଲିସ କେବଳ ପଇଁତରା ମାରୁଥିଲା। ସହିଦନଗର ଥାନା ଠାରୁ କିଛି ଦୂର ରାଜପଥ କଡ଼ରେ ଲାଗିଥିଲା ଦାମୀ ଗାଡ଼ି। ଭିତରେ ବସି ମଦ ପିଉଥିଲେ ୪ ଯୁବକ। ପୁଲିସ ପଚାରିବାରୁ ନିଜକୁ ଡିଏସ୍‌ପି ବୋଲି ପରିଚୟ ଦେଇଥିଲା ଜଣେ ଯୁବକ। ଡିଏସ୍‌ପି ସାର୍‌ କହି କେତେଜଣ ତଳିଆ କର୍ମଚାରୀ ସାଲ୍ୟୁଟ୍‌ ବି ମାରି ଦେଇଥିଲେ। ହେଲେ ସ୍ପେସାଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀଙ୍କର ସନ୍ଦେହ ହୋଇଥିଲା। ଗାଡ଼ି ସହ ସମସ୍ତଙ୍କୁ ସେ ଉଠାଇ ନେଇ ସହିଦନଗର ଥାନାରେ ବସାଇ ଦେଇଥିଲେ।

ଖୋଳତାଡ଼ ପରେ କେହି ଡିଏସ୍‌ପି ନଥିବା ଜଣାପଡ଼ିଥିଲା। ବରଂ ନିଜକୁ ଡିଏସ୍‌ପି ବୋଲି କହିଥିବା ଯୁବକ ଜଣକ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅ ବୋଲି ଜଣାପଡ଼ିଥିଲା। ଶେଷରେ ସେମାନଙ୍କ ଠାରୁ କୋଭିଡ୍‌ ଆଇନ ଉଲ୍ଲଂଘନ ଅଭିଯୋଗରେ ମୋଟା ଅଙ୍କର ଜରିମାନା ଆଦାୟ କରି ଛାଡ଼ି ଦିଆଯାଇଥିଲା। ତେବେ ସେମାନେ ନିଜକୁ ଡିଏସ୍‌ପି କହି ଗୋଟିଏ ଜାଗାରୁ ମଟନ୍‌ ମଧ୍ୟ ମାଗଣାରେ ଆଣିଥିବା ଚର୍ଚ୍ଚା ହେଉଛି। ହେଲେ ଏ ନେଇ କୌଣସି ଅଭିଯୋଗ ନଥିବା ପୁଲିସ କହିଛି।

The post ଲକ୍‌ଡାଉନ୍‌ରେ ରାସ୍ତାରେ ମଦ ପିଇ ଧରାପଡ଼ିଲେ ୪ ସାଙ୍ଗ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp