ରାମ ମନ୍ଦିର ଜମି ବିବାଦ : କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଆପ୍ ନେତା ସଂଜୟ ସିଂ । କହିଲେ ୭ ଦିନ ହୋଇଗଲା ନା ଯାଂଚ ହେଲା ନା ମୋ ଉପରେ ମାନହାନୀ ମକୋଦ୍ଦମା

ରାମ ମନ୍ଦିର ଜମି ବିବାଦ : କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଆପ୍ ନେତା ସଂଜୟ ସିଂ । କହିଲେ ୭ ଦିନ ହୋଇଗଲା ନା ଯାଂଚ ହେଲା ନା ମୋ ଉପରେ ମାନହାନୀ ମକୋଦ୍ଦମା

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂ ଅଯୋଦ୍ଧାରେ ରାମ ମନ୍ଦିର ପାଇଁ ଜମି କିଣା ବିକାରେ ଆଉ ଏକ ଘୋଟାଲାକୁ ନେଇ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି କି, ୨୦ ଲକ୍ଷ ଟଙ୍କାର ଜମିକୁ ରାମ ଜନ୍ମଭୂମୀ ତୀର୍ଥ ଟ୍ରଷ୍ଟକୁ ୨.୫ କୋଟି ଟଙ୍କାରେ ବିକ୍ରି କରାଯାଇଛି । ଏନେଇ ସେ ଜାତୀୟ ଗଣମାଧ୍ୟମରେ କହିଛନ୍ତି କି ଏହି ଘୋଟାଲାର ଖୋଲାସା ସେ ୭ ଦିନ ତଳେ କରିଥିଲେ । ଏହା ଉପରେ ସରକାର ଯାଂଚ ନକରିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିବା ସହ, ଯଦି ଏହି ଘୋଟାଲାରେ ସତ୍ୟତା ନାହିଁ ତେବେ ତାଙ୍କ ଉପରେ କାହିଁକି ମାନହାନୀ ମକୋଦ୍ଦମା କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି କି “ମୁଁ ଅଭିଯୋଗ କରିବାର ୭ ଦିନ ହୋଇଗଲାଣି, ସରକାର ଏହି ଜମି ଦୁର୍ନୀତିରେ ସଂପୃକ୍ତ ଥିବା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ କାହିଁକି ଜବତ୍ କରି ନାହାନ୍ତି ” । ଯେତେବେଳେ ରାମଲାଲାଙ୍କ ମୁଖ୍ୟ ପୁଜାରୀ ଏହି ଘଟଣାର ଯାଂଚ ପାଇଁ ଦାବି କରୁଛନ୍ତି ସେତେବେଳେ ସରକାର କାହା ସ୍ୱାର୍ଥରେ ଯାଂଚ କରାଇବାରୁ ନିବୃତ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ସରକାରଙ୍କ ଠାରେ ଦାବି କରିଛନ୍ତି କି ଏଭଳି ସମ୍ବେଦନଶୀଳ ମାମଲାର ଶୁଣାଣି ଫାଷ୍ଟ ଟ୍ରାକ କୋର୍ଟରେ ହେବା ଦରକାର । ଫଳର ୬ ମାସ ମଧ୍ୟରେ ସତ୍ୟ ପଦାକୁ ଆସିବ ।

भाजपा वालों ने चंदा चोरी कर ली इसीलिये नही बन पा रहा प्रभु श्री राम का मंदिर।
BJP मेयर के भाँजे ने 20 लाख की ज़मीन ट्रस्ट को 2.5 करोड़ में बेची, कमाया 13 गुना माल। pic.twitter.com/OQWKMLtLz1

— Sanjay Singh AAP (@SanjayAzadSln) June 20, 2021

ବିଜେପିକୁ ଟାର୍ଗେଟ୍ କରି ସଂଜୟ ସିଂ କହିଛନ୍ତି କି ବିଜେପି ଲୋକଙ୍କ ଦ୍ୱାରା ଚାନ୍ଦା ଚୋରୀ ଓ ଟ୍ରଷ୍ଟର ଭ୍ରଷ୍ଟାଚାର ପାଇଁ ରାମଲାଲାଙ୍କ ମନ୍ଦିର ନିର୍ମାଣ ହୋଇପାରୁ ନାହିଁ । କୋଟି କୋଟି ଲୋକ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ପାଇଁ ପେଟରୁ କାଟି ଚାନ୍ଦା ଦେଇଥିବା ବେଳେ ଯଦି ରାମ ମନ୍ଦିର ନିର୍ମାଣରେ ଡେରି ହେଉଛି ତେବେ ଏହା କେବଳ ବିଜେପି ନେତାଙ୍କ ଚାନ୍ଦା ଚୋରୀ ପାଇଁ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେ ଚାନ୍ଦା ଚୋରୀର ପ୍ରମାଣ ଦେବାକୁ ଯାଇ କହିଛନ୍ତି କି ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଥମେ ଫେବୃଆରୀ ୨୦ ତାରିଖରେ ବିଜେପି ମେୟରଙ୍କ ଭଣଜା ୨୦ ଲକ୍ଷ ଟଙ୍କାରେ ଜମି କିଣିଲେ । ଏହି ଜମିର ମାର୍କେଟ୍ ମୂଲ୍ୟ ୩୫ ଲକ୍ଷ ୬୦ ହଜାର ଟଙ୍କା  । ହେଲେ ମେୟରଙ୍କ ଭଣାଜାକୁ ଏହା କେମିତି ୨୦ ଲକ୍ଷରେ ମିଳିଲା ? । ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ମେ ୧୧ ତାରିଖରେ ସେହି ଜମିକୁ ଟ୍ରଷ୍ଟକୁ ୨.୫ କୋଟି ଟଙ୍କାରେ ବିକ୍ରି କରାଗଲା । ଏହାର ଅର୍ଥ ବିଜେପି ନେତାମାନେ ସିଧା ସଳଖ ଟ୍ରଷ୍ଟକୁ ମିିଳିଥିବା ଲୋକଙ୍କ ଦାନ ଟଙ୍କାକୁ ଚୋରୀ କରୁଛନ୍ତି । କେବଳ ପ୍ରଭୂ ଶ୍ରୀରାମଙ୍କ କୃପା ଯୋଗୁଁ ଏବେ ଚାନ୍ଦା ଚୋରମାନଙ୍କ ପର୍ଦ୍ଦାଫାସ ହେଉଛି ବୋଲି ସେ କହିଛନ୍ତି ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp