ରାମ ମନ୍ଦିର ଜମିକିଣା ଦୁର୍ନୀତି ମାମଲା; ସାମ୍ବାଦିକଙ୍କ ନାଁରେ ଏତଲା

ରାମ ମନ୍ଦିର ଜମିକିଣା ଦୁର୍ନୀତି ମାମଲା; ସାମ୍ବାଦିକଙ୍କ ନାଁରେ ଏତଲା

ଲକ୍ଷ୍ନୗେ: ଉତ୍ତରପ୍ରଦେଶର ରାମ ମନ୍ଦିର ଜମି କିଣା ଦୁର୍ନିତି ମାମଲାରେ ଜଣେ ସାମ୍ବାଦିକଙ୍କ ନାଁରେ ଏତଲା କରାଯାଇଛି। ରାମ ମନ୍ଦିର ଟ୍ରଷ୍ଟର ସଚିବ ଚମ୍ପତରାୟଙ୍କ ଭାଇ ସଞ୍ଜୟ ବଂଶଲଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି । ଚମ୍ପତ୍ତ ରାୟଙ୍କ ବିରୋଧରେ ମଧ୍ୟ ଅଯୋଧ୍ୟା ଜମି ଦୁର୍ନୀତି ନେଇ ପ୍ରଶ୍ନ ଉଠିଥିଲା।

ତେବେ ଏହି ମାମଲାରେ ତଦନ୍ତ କରି ଚମ୍ପତ୍ତ ରାୟ ଏବଂ ତାଙ୍କ ଭାଇକୁ କ୍ଲିନ୍ ଚିଟ୍ ଦେଇଥିଲା ବିଜନୋର ପୋଲିସ। ଏହି ମାମଲାକୁ ନେଇ ପୁଣି ଜାଣି ଶୁଣି ବିବାଦ ଉପୁଜା ଯାଉଥିବା ଅଭିଯୋଗ କରିଛନ୍ତି ସଞ୍ଜୟ। ଏନେଇ ସାମ୍ବାଦିକ ବିନିତ ନାରାୟଣ ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି ସଞ୍ଜୟ । ତିନଦିନ ତଳେ ବିନିତ ଏକ ଫେସବୁକ୍ ପୋଷ୍ଟରେ ସଞ୍ଜୟଙ୍କ ନଁରେ ରାମ ମନ୍ଦିର ପାଇଁ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ । ଏଥିରେ ଚମ୍ପତ୍ତ ରାୟ ତାଙ୍କୁ ସହାୟତା କରିଥିବା ଲେଖିଥିଲେ । ଗୋଟିଏ ୨୦ ହଜାର ବର୍ଗ ମିଟର ଗୋଶାଳା ଜମି ହଡପ ହୋଇଥିବା ଲେଖିଥିଲେ ବିନିତ ।

୨୦୧୮ ମସିହାରେ ଏହି ଜମିରୁ କବଜା ହଟାଇବାକୁ ପ୍ରୟାଶ କରିଥିଲେ ଜଣେ ଏନଆରଆଇ । ସେ ଏହି ଜମି ଦୁର୍ନୀତିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଅପିଲ କରିଥିଲେ ।

The post ରାମ ମନ୍ଦିର ଜମିକିଣା ଦୁର୍ନୀତି ମାମଲା; ସାମ୍ବାଦିକଙ୍କ ନାଁରେ ଏତଲା appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp