ରାତି ୮ଟାରେ ମାର୍କେଟ ବନ୍ଦ ହେଉଥିବା ସ୍ଥାନରେ ଜନସଂଖ୍ୟା କମ, ହେଲେ ପାକିସ୍ତାନରେ…: ପାକ୍ ପ୍ରତିରକ୍ଷା ମନ୍ତ୍ରୀ
ଇସଲାମାବାଦ: ରାତି ୮ଟାରେ ମାର୍କେଟ ବନ୍ଦ ହେଉଥିବା ସ୍ଥାନରେ ଜନସଂଖ୍ୟା କମ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ମହମ୍ମଦ ଆସିଫ ଏଭଳି କହି ଏବେ ଟ୍ରୋଲିଂର ଶିକାର ହୋଇଛନ୍ତି। ତାଙ୍କ ବୟାନକୁ ନେଇ ଏବେ ଟ୍ବିଟରରେ ଲୋକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି।
ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଥିବା ଏକ ଭିଡିଓରେ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ମହମ୍ମଦ ଆସିଫ କହୁଛନ୍ତି ଯେ, “ଯେଉଁଠାରେ ମାର୍କେଟ ରାତି ୮ଟା ସୁଦ୍ଧା ବନ୍ଦ ହୁଏ ସେଠାରେ କମ୍ ପିଲା ଜନ୍ମ ହୁଅନ୍ତି। ହେଲେ ଆମ ପାକିସ୍ତାନୀ ଲୋକଙ୍କ ଦକ୍ଷତା କେତେ ଟିକେ ଭାବନ୍ତୁ। ପାକିସ୍ତାନରେ ରାତି ୧ଟାରେ ମାର୍କେଟ ବନ୍ଦ ହେଉଥିଲେ ବି ପାକିସ୍ତାନୀ ଅଧିକ ପିଲା ଜନ୍ମ କରୁଛନ୍ତି। ”
New research, babies can’t be made after 8pm. “There’s no population increase in countries where markets close at 8pm,” defence minister. pic.twitter.com/G5IUAuOYD6
— Naila Inayat (@nailainayat) January 4, 2023
ଖାୱାଜା ଆସିଫ ଜଣେ ଅଭିଜ୍ଞ ରାଜନେତା ଏବଂ ସେ ପାକିସ୍ତାନ ମୁସଲିମ ଲିଗର ନେତା ଅଟନ୍ତି। ପାକିସ୍ତାନ ସରକାରଙ୍କ ନୂତନ ‘ଜାତୀୟ ଶକ୍ତି ଦକ୍ଷତା ଏବଂ ସଂରକ୍ଷଣ ଯୋଜନା’ କୁ ଯୁକ୍ତିଯୁକ୍ତ କରିବାକୁ ଚେଷ୍ଟା କରୁଥିବାବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଶକ୍ତି କ୍ଷେତ୍ରରେ କ୍ରମାଗତ ବଢ଼ୁଥିବା ଋଣକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ମଙ୍ଗଳବାର ଦିନ ସାରା ଦେଶରେ ଶକ୍ତି ବ୍ୟବହାରକୁ ହ୍ରାସ କରିବାକୁ ‘ଜାତୀୟ ଶକ୍ତି ଦକ୍ଷତା ଏବଂ ସଂରକ୍ଷଣ ଯୋଜନା’ ଘୋଷଣା କରିଥିଲେ। ଏହି ଯୋଜନା ଅନୁଯାୟୀ ମାର୍କେଟ ରାତି ୮.୩୦ ଏବଂ ବିବାହ ହଲ୍ ରାତି ୧୦ଟା ସୁଦ୍ଧା ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି।