ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ
ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ। ରାଜ୍ୟ ସରକାର ତାଙ୍କ କାମ ସାରିନଥିବାରୁ ବିଳମ୍ବ ହୋଇପାରେ ବୋଲି କହିଛନ୍ତି ସଚିବ।
ରାଜ୍ୟରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ୧୦ରେ ସରିବ। ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ସରିବା କଥା। ଏ ଦୁଇଟି କାମ ସାରିବାକୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଥିଲା। ହେଲେ ଏହି କାମ ସରି ନାହିଁ। ତେଣୁ ଏ ଦୁଇଟି କାର୍ଯ୍ୟ ସରିଲେ କମିଶନ ନିର୍ବାଚନ ପାଇଁ ପଦକ୍ଷେପ ନେବେ। ଏଯାଏ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ କାର୍ଯ୍ୟ କରାଯାଇନାହିଁ। ସେ ଦୃଷ୍ଟିରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ସମ୍ଭାବନା ଅଛି ବୋଲି ସେ କହିଛନ୍ତି।
ରାଜ୍ୟରେ ପ୍ରତି ପାଞ୍ଚବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ ପଞ୍ଚାୟତ ନିର୍ବାଚନ । ଗତ 2017ରେ ହୋଇଥିଲା ପଞ୍ଚାୟତ ନିର୍ବାଚନ ।
Please follow and like us: