ରାଜଧାନୀରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୮୭ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୫୩୭ ଜଣ

ରାଜଧାନୀରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୮୭ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୫୩୭ ଜଣ

କନକ ବ୍ୟୁରୋ: ରାଜଧାନୀରେ କମୁଛି କରୋନା ସଂକ୍ରମଣ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୨୮୭ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୩୨ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୫ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୫୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା, ଚିନ୍ତାମଣିଶ୍ୱର, ଏଜି କଲୋନୀ, ପଳାସପଲ୍ଲୀ, ପୋଖରୀପୁଟ, ଶୈଳଶ୍ରୀବିହାର, ସାମନ୍ତରାପୁର ଆଦି ଅଞ୍ଚଳରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ଭୁବନେଶ୍ୱରରେ ୮୬୬୮୯ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୮୪୪୧୨ ଜଣ ସୁସ୍ଥ ହୋଇ ଘରକୁ ଫେରଛନ୍ତି । ଆହୁରି ୧୮୫୪ କରୋନା ପଜିଟିଭ ଭୁବନେଶ୍ୱରରେ ସକ୍ରିୟ ରହିଛନ୍ତି ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp