ରାଜଧାନୀରୁ ଚିହ୍ନଟ ହେଲେ ୩୩୯ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ବର: ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୩୩୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୫୦ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୮୯ଜଣ ରହିଛନ୍ତି।
Update on newly detected #COVID19 cases in the last
24 hrs under the BMC area on 22nd June (till 9am). pic.twitter.com/4iGUQBTSml
— BMC (@bmcbbsr) June 22, 2021
ଏଥିସହିତ ଆଜି ୩୯୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ବରରେ ଏଯାବତ ୮୭୨୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୫୩୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜଧାନୀରେ ଆହୁରି ୧୪୮୯ଟି କରୋନା ସକ୍ରିୟ ମାମଲା ଥିବା ବେଳେ ୪୧୧ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି।
The post ରାଜଧାନୀରୁ ଚିହ୍ନଟ ହେଲେ ୩୩୯ଜଣ କରୋନା ଆକ୍ରାନ୍ତ first appeared on Sambad.