ରଥଯାତ୍ରା ପାଇଁ ନୀତି ନିର୍ଘଂଟ ଚୂଡ଼ାନ୍ତ । କରୋନା କଟକଣା ଭିତରେ ସକାଳ ସାଢ଼େ ୮ରେ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା
କନକ ବ୍ୟୁରୋ: ଏଥର ବି ଏହିଭଳି ହେବ ରଥଯାତ୍ରା । ବିନା ଭକ୍ତରେ ମାଉସୀ ଘରକୁ ଯିବେ ଜଗନ୍ନାଥ । କୋଭିଡ କଟକଣା ସହ ୧୪୪ ଧାରା ଜାରି କରାଯାଇ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥ ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ୨୪ରେ ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ରାତି ଗୋଟାଏରୁ ପହଣ୍ଡି ଆରମ୍ଭ ହେବ । ଦିନ ୧୧ଟାରେ ହେବ ଗଜାନନ ବେଶ ଓ ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି ହେବ । ସ୍ନାନପୂର୍ଣ୍ଣିମାରେ ଭକ୍ତଙ୍କ ପାଇଁ ମହାପ୍ରସାଦ ହେବ ନାହିଁ । କେବଳ ସେବକଙ୍କ ପରିବାର ପାଇଁ ପ୍ରସ୍ତୁତ ହେବ ମହାପ୍ରସାଦ ।
ସ୍ନାନପୂର୍ଣ୍ଣିମା ପରେ ଜୁଲାଇ ୧୨ରେ ଘୋଷଯାତ୍ରା । ସକାଳ ୮ଟାରେ ରଥପ୍ରତିଷ୍ଠା କରାଯାଇ ୮.୩୦ରେ ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ୨ଟାରେ ଗଜପତି ଛେରାପହଁରା କରିବେ ଓ ୩ଟାରେ ରଥଟଣା ପାଇଁ ନୀତିନିର୍ଘଟ ଚୂଡାନ୍ତ ହୋଇଛି । ଜୁଲାଇ ୨୦ରେ ବାହୁଡାଯାତ୍ରା । ଏହିଦିନ ୧୨ଟାରୁ ୨ଟା ୩୦ ଯାଏଁ ହେବ ପହଣ୍ଡି । ଅପରାହ୍ନ ୪ଟାରେ ରଥଟଣା ପାଇଁ ସ୍ଥିର ହୋଇଛି ।
ଜୁଲାଇ ୨୧ରେ ସୁନାବେଶ ପାଇଁ ଅପରାହ୍ନ ୪ଟାରୁ ୫ଟା ୩୦ ଭିତରେ ବେଶ ଶେଷ ହେବ । ରାତି ୧୧ଟାରୁ ରାତି ୧୨ଟା ମଧ୍ୟରେ ବେଶ ଓଲାଗି କରାଯିବ । ଜୁଲାଇ ୨୩ରେ ନୀଳାଦ୍ରି ବିଜେ । ଏହିଦିନ ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେବ । ସ୍ନାନପୂର୍ଣ୍ଣିମା ପାଇଁ ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ଏହିଭଳି ୪ପର୍ଯ୍ୟାୟରେ ଟେଷ୍ଟ ହେବ । କେବଳ ନେଗେଟିଭ ଆସିଥିବା ସେବାୟତ ହିଁ ଏଥିରେ ସାମିଲ ହୋଇପାରିବେ ।
ସ୍ନାନପୂର୍ଣ୍ଣିମା ନୀତି
ରାତି ଗୋଟାଏରୁ ପହଣ୍ଡି ଆରମ୍ଭ
ଦିନ ୧୧ଟାରେ ଗଜାନନ ବେଶ ଓ ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି
ସ୍ନାନପୂର୍ଣ୍ଣିମାରେ ଭକ୍ତଙ୍କ ପାଇଁ ମହାପ୍ରସାଦ ହେବ ନାହିଁ
କେବଳ ସେବକଙ୍କ ପରିବାର ପାଇଁ ହେବ ମହାପ୍ରସାଦ
ରଥଯାତ୍ରା ନୀତିନିର୍ଘଣ୍ଟ
ସକାଳ ୮ଟାରେ ରଥପ୍ରତିଷ୍ଠା କରାଯାଇ ୮.୩୦ରେ ପହଣ୍ଡି ଆରମ୍ଭ
ଅପରାହ୍ନ ୨ଟାରେ ଛେରାପହଁରା ଓ ୩ଟାରେ ରଥଟଣା
ବାହୁଡାଯାତ୍ରା ନୀତିନିର୍ଘଣ୍ଟ
ଦିନ ୧୨ଟାରୁ ୨ଟା ୩୦ ଯାଏଁ ପହଣ୍ଡି
ଅପରାହ୍ନ ୪ଟାରେ ରଥଟଣା
ସୁନାବେଶ
ସୁନାବେଶ ପାଇଁ ଅପରାହ୍ନ ୪ଟାରୁ ୫ଟା ୩୦ ଭିତରେ ବେଶ ଶେଷ
ରାତି ୧୧ଟାରୁ ରାତି ୧୨ଟା ମଧ୍ୟରେ ବେଶ ଓଲାଗି
ନୀଳାଦ୍ରି ବିଜେ
ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଶେଷ