ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ | ଛତିଶାନିଯୋଗ ବୈଠକରେ ଚୂଡାନ୍ତ ନୀତି ନିର୍ଘଂଟ ହୋଇଛି । ସ୍ନାନଯାତ୍ରା ପାଇଁ ମଧ୍ୟ ନୀତିନିର୍ଘଂଟ ହୋଇଛି| ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ହେବ ସ୍ନାନପୂର୍ଣ୍ଣିମା । ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା ଜାରି କରାଯାଇଛି ।ପାଳିଆ ସେବାୟତଙ୍କୁ ଦିଆଯିବ ସ୍ୱତନ୍ତ୍ର ପାସ୍ । ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚାରେ ସକାଳ ୮ଟାରେ ହେବ ରଥ ପ୍ରତିଷ୍ଠା । ୮ଟା ୩୦ରେ ପହଁଣ୍ଡି ଆରମ୍ଭ ହେବ । ଅପରାହ୍ନ ୨ଟାରେ ଛେରାପହଁରା ହେବ । ୩ଟାରେ ରଥଟଣା ପାଇଁ ନୀତିନିର୍ଘଂଟ ହୋଇଛି । ଜୁନ୍ ୨୩ ରାତି ଗୋଟାଏରୁ ପହଁଣ୍ଡି ଆରମ୍ଭ ହେବ । ସକାଳ ୯ଟାରେ ଜଳଲାଗି ହେବ । ଦିନ ୧୧ଟାରେ ଗଜାନନ ବେଶ, ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି ହେବ । ଚଳିତ ଥର ୧୫ ଦିନ ହେବ ଅନବସର ନୀତି ।

The post ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp