ରଣଜୀ ଟ୍ରଫିରେ ସୃଷ୍ଟି ହେଲା ଇତିହାସ, ମହିଳା ସମ୍ଭାଳିଲେ ଅମ୍ପାୟାରିଂ ଭାର

ରଣଜୀ ଟ୍ରଫିରେ ସୃଷ୍ଟି ହେଲା ଇତିହାସ, ମହିଳା ସମ୍ଭାଳିଲେ ଅମ୍ପାୟାରିଂ ଭାର

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ରଣଜୀ ଟ୍ରଫିରେ ଅମ୍ପାୟାରିଂ କରି ଇତିହାସ ସୃଷ୍ଟି କରିଛନ୍ତି ମହିଳା ଅମ୍ପାୟାର | ଜାନୁଆରୀ ୧୦ରେ ରଣଜୀ ଟ୍ରଫିରେ ଏହି ନୂତନ ଇତିହାସ ସୃଷ୍ଟି ହୋଇଛି | ମହିଳା ଅମ୍ପାୟାରମାନେ ପ୍ରଥମ ଥର ପାଇଁ ଏହି ଟ୍ରଫିରେ ଡେବ୍ୟୁ କରିଛନ୍ତି । ପୂର୍ବତନ ସ୍କୋରର ବୃନ୍ଦା ରାଠୀ, ପୂର୍ବତନ ସଫ୍ଟୱେୟାର ଇଞ୍ଜିନିୟର ଜନନୀ ନାରାୟଣ ଏବଂ ପୂର୍ବତନ ଖେଳାଳି ଗାୟତ୍ରୀ ଭେନୁଗୋପାଲନ ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ମହିଳା ଅମ୍ପାୟାର ଭାବରେ ଦେଖିବାକୁ ମିଳିଥିଲେ | ରଣଜୀ ଟ୍ରଫିର ରେଳବାଇ ଏବଂ ତ୍ରିପୁରା ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଜନନୀ ନାରାୟଣ ଅମ୍ପାୟାର ହୋଇଥିବାବେଳେ ଜାମସେଦପୁରରେ ଛତିଶଗଡ ଏବଂ ଝାଡ଼ଖଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଭେନୁଗୋପାଲନ ଅମ୍ପାୟାରିଂ ଦାୟିତ୍ୱ ନିର୍ବାହ କରିଥିଲେ | ସେହିପରି ଗୋଆ ଏବଂ ପଣ୍ଡିଚେରୀ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ବୃନ୍ଦା ଅମ୍ପାୟାର ହୋଇଥିଲେ। ଜନନୀ ନାରାୟଣ ବୃତ୍ତି ଅନୁଯାୟୀ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଥିବାବେଳେ ସେ ସବୁବେଳେ କ୍ରିକେଟ୍ ପ୍ରତି ଆଗ୍ରହୀ ଥିଲେ। ସେ ସବୁବେଳେ ଅମ୍ପାୟାରିଂ କରିବାକୁ ଚାହୁଁଥିଲେ | ଏଥିପାଇଁ ସେ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ ସହିତ କଥା ହୋଇଥିଲେ, ତା’ପରେ ତାମିଲନାଡୁ କ୍ରିକେଟ ଆସୋସିଏସନ ଏହାର ନିୟମ ବଦଳାଇବା ପରେ ତାଙ୍କୁ ଅମ୍ପାୟାରିଂ କରିବାକୁ ଅନୁମତି ଦେଇଥିଲେ।

ସେ ୨୦୧୮ରେ ଦୁଇଟି ବିସିସିଆଇ ସ୍ତରର ଅମ୍ପାୟାରିଂ ଟେଷ୍ଟ୍ ପାସ୍ କରିଥିଲେ | ତା’ପରେ ସେ ତାଙ୍କ ଇଞ୍ଜିନିୟରିଂ ଚାକିରି ଛାଡି ଅମ୍ପାୟାରିଂରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ବୃନ୍ଦା ରାଠୀ ପୂର୍ବରୁ ମୁମ୍ବାଇର ସ୍ଥାନୀୟ ମ୍ୟାଚ୍‌ରେ ଅମ୍ପାୟାରିଂ କରୁଥିଲେ | ଏହା ପରେ ସେ ଅମ୍ପାୟାରିଂରେ କ୍ୟାରିୟର କରିବାକୁ ସ୍ୱପ୍ନ ଦେଖିଥିଲେ। ରାଠୀ ବିସିସିଆଇର ସ୍କୋରର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ସେ ୨୦୧୩ ମହିଳା ବିଶ୍ୱକପରେ ବିସିସିଆଇ ପାଇଁ ସ୍କୋରିଂ କରିଥିଲେ। ୪୩ ବର୍ଷର ଗାୟତ୍ରୀ ଭେନୁଗୋପାଲନ ଜଣେ କ୍ରିକେଟର ହେବାକୁ ଚାହୁଁଥିଲେ, କିନ୍ତୁ କାନ୍ଧରେ ଆଘାତ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ବାଧା ସାଜିଥିଲା ​​| ଏହା ପରେ ମଧ୍ୟ କ୍ରିକେଟ୍ ପ୍ରତି ତାଙ୍କର ପ୍ରେମ ଶେଷ ହୋଇନଥିଲା ଏବଂ ସେ ଅମ୍ପାୟାରିଂ ଆଡକୁ ପାଦ ଥାପିଥିଲେ। ଭେନୁଗୋପାଲନ ୨୦୧୯ ରେ ବିସିସିଆଇର ଅମ୍ପାୟାର୍ ଟେଷ୍ଟରେ ପାସ୍ କରି କ୍ୟାରିଅର୍ ଆରମ୍ଭ କରିଥିଲେ |

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp