ଯୋଗ ଭାରତରେ ନୁହେଁ ନେପାଳରୁ ଆସିଛି : କେ.ପି ଶର୍ମା ଓଲି
ଗତ ବର୍ଷ ଜୁଲାଇରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଦାବି କରିଥିଲେ ଯେ ଭଗବାନ ରାମ ଭାରତର ଅଯୋଧ୍ୟାରେ ନୁହେଁ ବରଂ ନେପାଳରେ ଜନ୍ମ ହୋଇଥିଲେ। ଓଲି କହିଛନ୍ତି ଯେ ନେପାଳର ଚିତୱାନ ଜିଲ୍ଲାର ଅଯୋଧ୍ୟାପୁରୀ ଅଞ୍ଚଳରେ ଭଗବାନ ରାମ ଜନ୍ମ ହୋଇଥିଲେ। ଓଲି କହିଥିଲେ , ‘ ଅଯୋଧ୍ୟାପୁରୀ ନେପାଳରେ ଥିଲା । ବାଲ୍ମିକୀ ଆଶ୍ରମ ମଧ୍ୟ ନେପାଳର ଅଯୋଧ୍ୟାପୁରୀ ନିକଟରେ। ଏନେଇ ସେତେବେଳେ ବିବାଦ ମଧ୍ୟକୁ ଆସିଥିଲେ ଓଲି | ତେବେ ଏବେ ପୁଣି ଯୋଗ ଉପରେ ଟିପ୍ପଣୀ ରଖିଛନ୍ତି ପ୍ରଧାନମନ୍ତ୍ରୀ ଓଲି | ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି ଯେ ଯୋଗ ଭାରତରେ ନୁହେଁ ବରଂ ନେପାଳରେ ଆସିଛି। ଯୋଗ ଦିବସରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଓଲି କହିଛନ୍ତି ଯେ ଭାରତ ଏକ ରାଷ୍ଟ୍ର ଭାବରେ ସୃଷ୍ଟି ହୋଇ ନ ଥିବାରୁ ନେପାଳରେ ଯୋଗ ପ୍ରଚଳିତ ହୋଇଛି।
ସେ କହିଛନ୍ତି ଯେ ତାଙ୍କ ଦେଶ ଯୋଗକୁ ସମଗ୍ର ବିଶ୍ୱକୁ ନେଇପାରିନାହିଁ , କିନ୍ତୁ ଭାରତ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ଆଣିଛି। ଓଲି କହିଛନ୍ତି , ‘ ଯୋଗ ଆବିଷ୍କାର କରିଥିବା ଆମର ସାଧୁମାନଙ୍କୁ ଆମେ କେବେ ଶ୍ରେୟ ଦେଇନାହୁଁ। କିନ୍ତୁ ଆମେ ଯୋଗକୁ ସଠିକ୍ ଭାବରେ ଦାବି କରିପାରିଲୁ ନାହିଁ । ଆମେ ଯୋଗକୁ ସମଗ୍ର ବିଶ୍ୱକୁ ନେଇ ପାରିଲୁ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି , ‘ ଭାରତ ଏକ ରାଷ୍ଟ୍ର ଭାବରେ ଉଭା ହେବା ପୂର୍ବରୁ ନେପାଳରେ ଯୋଗ ବହୁଳ ଥିଲା। ଯେତେବେଳେ ଯୋଗ ପ୍ରଚଳିତ ହେଲା , ସେତେବେଳେ ଭାରତ ଗଠନ ହୋଇନଥିଲା । ସେତେବେଳେ ଭାରତ ଭଳି ଦେଶ ନଥିଲା।
The post ଯୋଗ ଭାରତରେ ନୁହେଁ ନେପାଳରୁ ଆସିଛି : କେ.ପି ଶର୍ମା ଓଲି appeared first on .