ଯାଜପୁର ରୋଡ ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା
ଯାଜପୁର : ଯାଜପୁର ଜିଲ୍ଲା ଯାଜପୁର ରୋଡ ଉପ କାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। କ୍ୱାରେଣ୍ଟିନ କେନ୍ଦ୍ର ପାଇଖାନା ସ୍କାଏ ଲାଇଟରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକଜଣକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ହନିଫ ଶେଖ ।
ସେ ଏକ ଚୋରି ମାମଲାରେ ଚଳିତ ମାସ ୧୩ ତାରିଖରେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ। ଜେଲ କର୍ତ୍ତୁପକ୍ଷଙ୍କ ଏତଲାକୁ ଆଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି କୋରିଛି ପୋଲିସ।
Please follow and like us: