ମୁହଁର ସୌନ୍ଦର୍ଯ୍ୟ ବଢ଼ାଏ କଞ୍ଚାକ୍ଷୀର
କଞ୍ଚାକ୍ଷୀର ଶରୀର ପାଇଁ ଲାଭଦାୟକ। ଏଥିରେ ଭିଟାମନ୍ ଏ, କ୍ୟାଲସିୟମ୍, ଆଇରନ୍, ପ୍ରୋଟିନ୍, ଫ୍ୟାଟ୍, କୋଲେଷ୍ଟ୍ରଲ୍ ପରି ପୋଷକତତ୍ତ୍ୱ ରହିଛି। କେବଳ ଶରୀର ନୁହେଁ, ତ୍ୱଚାକୁ ସୁସ୍ଥ ରଖିବା ପାଇଁ କଞ୍ଚାକ୍ଷୀର ସାହାଯ୍ୟ କରିଥାଏ। ଏହାକୁ ମୁହଁରେ ଲଗାଇଲେ ମଧ୍ୟ ତ୍ୱଚା ଉଜ୍ଜ୍ୱଳ ହେବା ସହିତ କୋମଳ ହୋଇଥାଏ।
ଅମୃତଭଣ୍ଡା ଓ କଞ୍ଚାକ୍ଷୀରର ମିଶ୍ରଣକୁ ତ୍ୱଚାରେ ଲଗାଇଲେ ତ୍ୱଚାରେ ନାଚୁରାଲ୍ ଗ୍ଲୋ ଆସିଥାଏ। ଅମୃତଭଣ୍ଡାରେ ଏକ ଏନଜାଇମ୍ ରହିଛି, ଯାହା ଡେଡ୍ ସେଲ୍କୁ ତ୍ୱଚାରୁ ବାହାର କରି ବ୍ରଣ ଓ ଦାଗ ସମସ୍ୟା ଦୂର କରିଥାଏ।
ବୟସ ବଢ଼ିଲେ ତ୍ୱଚାରେ କୁଞ୍ଚନ ଆସିଥାଏ। ଏଥିପାଇଁ ଅମୃତଭଣ୍ଡାରେ କଞ୍ଚାକ୍ଷୀର ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ରଖିବା ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ ମୁହଁରେ ଉଜ୍ଜ୍ୱଳ ଆସିବ।
ଧୂଳି ଓ ଧୂଆଁ ଯୋଗୁ ତ୍ୱଚା ମଳିନ ଲାଗିଥାଏ। ଏଥିପାଇଁ କଞ୍ଚାକ୍ଷୀରରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ମହୁ ତ୍ୱଚାରେ ଥିବା ଟାନ୍କୁ ସଫା କରିଥାଏ।
ମସୁର ଡ଼ାଲି, ବେସନ ଓ କଞ୍ଚାକ୍ଷୀରକୁ ରାତିରେ ବତୁରାଇ ରଖିଦିଅନ୍ତୁ। ସକାଳେ ଏହାର ପେଷ୍ଟ ପ୍ରସ୍ତୁତ କରି ନିୟମିତ ଭାବରେ ମୁହଁରେ ଲଗାନ୍ତୁ। ଏପରି କଲେ ତ୍ୱଚା ସଫା ହେବା ସହିତ ତ୍ୱଚା ଉଜ୍ଜ୍ୱଳ ହୋଇଥାଏ।