ମାଲକାନଗିରି ଜିଲ୍ଲାପାଳ କରୋନା ସଂକ୍ରମିତ
ମାଲକାନଗିରି : ମହାମାରୀ କରୋନା କାୟାରୁ ବର୍ତ୍ତି ନାହାନ୍ତି ପ୍ରଶାସନିକ ଅଧିକାରୀ। ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମାଲକାନଗିରି ଜିଲ୍ଲାପାଳଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ସହ ତାଙ୍କ ସରକାରୀ ବାସଭବନର ମୋଟ୍ ୬ ଜଣ କରୋନା ସଂକ୍ରମିତ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତ ଥିବା ସମସ୍ତ ୬ ଜଣ ହୋମ୍ ଆଇସୋଲେଶନରେ ରହିଥିବା ଜଣାପଡ଼ିଛି ।
Please follow and like us: