ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଟେଣ୍ଡର ଫିକ୍ସିଂ ଅଭିଯୋଗ

ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଟେଣ୍ଡର ଫିକ୍ସିଂ ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ।  ମାଲକାନଗିରି ଜିଲ୍ଲାପାଳ ଡ. ୱାଇ.ବିଜୟ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି ପିସିସି କାର୍ଯ୍ୟକାରୀଭାପତି ପ୍ରଦୀପ ମାଝୀ । ଗତ ମାର୍ଚ୍ଚ ମାସରେ ହୋଇଥିବା ମାଇନର ମିନେରାଲ ସୋରସେସ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଓ ଏହି ଅନିୟମିତତା ନିଜେ ଜିଲ୍ଲାପାଳ କରିଥିବା ପ୍ରଦୀପ ଅଭିଯୋଗ ଆଣିଛନ୍ତି । ଏହି ବାବଦକୁ ଜିଲ୍ଲାପାଳ ନଗଦ କୋଟିଏ ଟଙ୍କା ଲାଞ୍ଚ ନେବା ସହ ମୂଲ୍ୟବାନ ଗାଡି ଉପହାର ନେଇଥିବା ସେ ଆରୋପ ଲଗାଇଛନ୍ତି ।

ଗତ ମାର୍ଚ୍ଚ ମାସ ୨୦ ତାରିଖ ସମୟ ୫ଟାରେ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ଟେଣ୍ଡର ବକ୍ସ ତିନି ଦିନ ପରେ ଅର୍ଥାତ ୨୩ ତାରିଖ ଦିନ ୧ ଘଣ୍ଟା ୪୦ ମିନିଟରେ ଟ୍ରେଜରି ଷ୍ଟ୍ରଙ୍ଗ ରୁମକୁ ପଠାଯାଇଥିଲା । ଜିଲ୍ଲାପାଳ କାର୍ଯ୍ୟାଳୟକୁ ମାତ୍ର ଗୋଟିଏ କିଲୋମିଟର ଦୂରତା ରହିଥିବା ବେଳେ ଏଥିପାଇଁ ୩ ଦିନ ସମୟ ଲାଗିଲା ।ତେବେ ସେହି ତିନି ଦିନ ଜିଲ୍ଲାପାଳଙ୍କ ବାସଗୃହକୁ ନିଆଯାଇଥିଲା କିହିଁକି ବୋଲି ଶ୍ରୀ ମାଝି ପ୍ରଶ୍ନ ଉଠାଇଛନ୍ତି । ସେହି ତିନି ଦିନ ଜିଲ୍ଲାପାଳଙ୍କ ବାସଭବନରେ ରହିଲା ସେଠି ଚଞ୍ଚକତା କରାଯାଇ ସିଏଚ.ବେଣୁଗୋପାଲ ସାତୋଟି ପଥର ଖାଦାନ ମାତ୍ର ୪୦ ଟଙ୍କା ରୁ ୫୦ ଟଙ୍କା ବ୍ୟବଧାନରେ ରୋୟାଲଟି ମୂଲ୍ୟ ଧାର୍ଯ୍ୟ କରି ଖାଦାନଗୁଡିକ ପାଇବାରେ ସଫଳ ହୋଇଛନ୍ତି ।

ସେପଟେ ଟେଣ୍ଡର ଆବେଦନ ପାଇଁ ହୋଇଥିବା ସଲଭେନସୀରେ ଜମିର କିସମ ପେଡି – ୧ ଓ ଡଙ୍ଗର – ୨ ହୋଇଥିବା ବେଳେ ଏହାର ମୂଲ୍ୟ ଏକ କୋଟି ୫୯ ଲକ୍ଷ ୩୨୮ କା ହେଲା କିପରି ସଲଭେନସିରେ ବ୍ୟବହାର କରାଯାଇଥିବା ଘର ୪ କୋଟି ୮୯ ଲକ୍ଷ ଦର୍ଶାଯାଇଥିବା ବେଳେ ବାସ୍ତବରେ ଏହାର ମୂଲ୍ୟ ବହୁତ କମ ସିଏଚ.ବେଣୁଗୋପାଲ ଚଞ୍ଚକତା କରି ଯେଉଁ ୭ଟି ପଥର ଖାଦାନ ଲିଜ ପାଇଛନ୍ତି ତାହାର ସମୂଦାୟ ଏମଜିକ୍ୟୁ ମିନିମମ୍ ଗ୍ୟାରେଣ୍ଟ କ୍ୟାଣ୍ଟିଟି ) ହେଉଛି ୨ କୋଟି ୩୮ ଲକ୍ଷ ୯୩ ହଜାର ୨୦୦ କା ହୋଇଥିବା ବେଳେ ମାତ୍ର ୧ କୋଟି ଟଙ୍କା ର ସଲଭେନସି ସାର୍ଟିଫିକେଟ ପ୍ରଦାନ କରି ସମସ୍ତ କୁଆଁରିକୁ ଲିଜ ଦିଆଯାଇଛି ।

ମାର୍ଚ୍ଚ ୩୦ ତାରିଖ ଦିନ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ତାପର ଦିନ ଏମଜି ହେକଟର ଗାଡି , ଯାହାର ମୂଲ୍ୟ ୨୧ ଲକ୍ଷରୁ ଉର୍ଦ୍ଧ ଜନୈକ ମହିଳାଙ୍କ ନାମରେ କିଣାଯାଇ ବ୍ୟକ୍ତି ନମ୍ବର ପ୍ଲେଟ ଥିବା ସତ୍ୱେ ସରକ।ରୀ ଅଫିସରେ ଲଗାଇ ନିଜେ ଜିଲ୍ଲାପାଳ ଏହି ଗାଡିକୁ ବ୍ୟବହାର କରିବାକୁ ନେଇ ପ୍ରଶ୍ନ କରିଛନ୍ତି ପ୍ରଦୀପ ମାଝି ।ଯାହାକି ସରକାରୀ ନିୟମ ଅନୁଯାୟୀ ଜିଲ୍ଲାପାଳମାନେ , ସ୍କର୍ପିଓ , କ୍ରେଟା ଏବଂ ମହିନ୍ଦ୍ରା ମାରାଜୋ ଯାହାର କି ଭେଲିଟ କଂଟ୍ରାକଟ ପରମିଟ ଥିଲେ ହିଁ ସରକାରୀ ଅଫିସରେ ବ୍ୟବହାର ହୋଇପାରିବ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଦୀପ ମାଝି ଟେଣ୍ଡର ପ୍ରକ୍ରିୟା କୁ ଅବୈଧ୍ୟ ଘୋଷଣା କରିବା ଏବଂ ଜିଲ୍ଲାପାଳକୁ ଚାକିରିରୁ ନିଳମ୍ବିତ କରିବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ଏହା ସହ ଜିଲ୍ଲାପାଳ ଓ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ପୌଜଦାରି ମାମଲା ରୁଜୁ କରିବା ପାଇଁ ଦାବି କରିଛନ୍ତି ସରକାର ଯଦି ପଦକ୍ଷେପ ନନିଅନ୍ତି ତେବେ କଂଗ୍ରେସ ଆସନ୍ତା ୪ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଅପରପକ୍ଷରେ ମୋଟୁ ତହସିଲଦାରଙ୍କୁ ପଚାରିବାରୁ ସେଭଳି କିଛି ହୋଇନଥିବା ତହସିଲଦାର କହିଛନ୍ତି । ଆଜିର ଏହି ପ୍ରେସ ମିଟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସମେତ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର , କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟନୟକ , କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢି , ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷିପ୍ରିୟା ନାୟକ , ପର୍ଶୁରାମ ଭକ୍ତ , ଭୀମା ବାରସେ , ପଦ୍ମ ପାଙ୍ଗି , ଜି.ଶ୍ରୀନିବାସ ରାଓ , କେଶୁ ରାଓ , ପେଣ୍ଡା ପଣ୍ଡା , ଇର୍ମା ପଡିଆମି , ଚିତ୍ତ ପଟନାୟକ , ରବୀ ରାଜେଶ ପ୍ରମୁଖ ଉପସ୍ଥିତ ଥିଲେ ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp