ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ । ଲାଞ୍ଚ ନେଇ ଆନ୍ଧ୍ରର ଘରୋଇ କମ୍ପାନିକୁ ପଥର ଖାଦାନ ଦିଆଯାଇଥିବା ଅଭିଯୋଗ ଆଣିଲା କଂଗ୍ରେସ । 

ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ । ଲାଞ୍ଚ ନେଇ ଆନ୍ଧ୍ରର ଘରୋଇ କମ୍ପାନିକୁ ପଥର ଖାଦାନ ଦିଆଯାଇଥିବା ଅଭିଯୋଗ ଆଣିଲା କଂଗ୍ରେସ । 

କନକ ବ୍ୟୁରୋ : ପୁଣି ମାଲାକନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ଆସିଲା ସାଂଘାତିକ ଅଭିଯୋଗ । ଆନ୍ଧ୍ରର ଏକ ଘରୋଇ କମ୍ପାନି ହାତରେ ଟେକି ଦେଲେ ଜିଲ୍ଲାର ଅଧିକାଂଶ ଖଣି ଖାଦାନ । ଲଘୁ ଖଣି ଖାଦାନର ନିଲାମୀ ଲାଗି ସ୍ଥାନୀୟ ତହସିଲଦାର ମାନଙ୍କୁ କ୍ଷମତା ଦିଆଯାଇ ଥିବା ବେଳେ ଆନ୍ଦ୍ର ର ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେଖାଇ ନିଜେ ଜିଲ୍ଲାପଳ ଟେଣ୍ଡର ଆହ୍ୱାନ କରିଥିଲେ ଏବଂ ତିନି ଦିନ କାଳ ଟେଣ୍ଡର ବକ୍ସକୁ ନିଜ ଘରେ ରଖି ଚାଭା ବେଣୁଗୋପୋଳ ନାମକ ଏକ ଆନ୍ଧ୍ରର ଠିକାଦାରଙ୍କୁ ସହଯୋଗ କରାଯାଇ ଥିବା ଅଭିଯୋଗ ହୋଇଛି । ଏବଂ ଏହି ସମୟରେ ବେଣୁଗୋପାଳଙ୍କ ବିଡ୍ ଡକ୍ୟୁମେଂଟକୁ ପରିବର୍ତନ କରାଯାଇ ଥିବା ଅଭିଯୋଗ କରିଛି କଂଗ୍ରେସ ଦଳ ।

ଗତ ୨୦ ତାରିଖରେ ଟେଣ୍ଡର ବକ୍ସକୁ ଟ୍ରେଜରିକୁ ହସ୍ତାନ୍ତର କରାଯାଇଥିବା ଟେଣ୍ଡର ପ୍ରୋସିଡିଙ୍ଗସରେ ଦର୍ଶାଯାଇଛି । ହେଲେ ଆରଟିଆଇ ତଥ୍ୟରେ ଉଲ୍ଲେଖ ରହିଛି ୨୩ ତାରିଖରେ ଗୋଟାଏ  ୩୬ ମିନିଟରେ ଟ୍ରେଜରି ଟେଣ୍ଡର ବକ୍ସ ରିିସିଭ କରାଯାଇଛି । କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଇ ଡଙ୍ଗର ଓ ଧାନ ଜମିରେ ୫ କୋଟି ଟଙ୍କାର ଘର ଦ୍ୱାର ଓ ପ୍ଲାଂଟ ଥିବା ଦର୍ଶାଇ କୋଟିଏ ଟଙ୍କାର ସଲଭେନସି ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଏହାକୁ ଆଧାର କରି କୋଟିଏ ଟଙ୍କା ସ୍ଥାନରେ ୨ କୋଟି ୩୮ ଲକ୍ଷ ଟଙ୍କାର ପଥର କୁଆରି ଟେକି ଦିଆଯାଇଥିବା ଅଭିଯୋଗ ହୋଇଛି । ଏଥିପାଇଁ କୋଟିଏରୁ ଉର୍ଧ ଟଙ୍କାର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ଦଳ ।

ସେହିପରି ମାର୍ଚ ୩୦ ତାରିଖରେ ସମ୍ପୃକ୍ତ କମ୍ପାନୀକୁ ୭ଟି କୁଆରି ଦେବା ଲାଗି ଟେଣ୍ଡର ପ୍ରକ୍ରିୟାରୁ ସ୍ଥିର ହୋଇଥିବା ବେଳେ ମାର୍ଚ ୩୧ ତାରିଖରେ ଗୋଟିଏ ଏମଜି ହେକ୍ଟର କାରକୁ ଜିଲ୍ଲାପଳଙ୍କୁ ଲାଞ୍ଚ ଆକାରରେ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp