ମା’ର ଜୁଇରୁ ଲିଭିନି ନିଆଁ, କରୋନାରେ ଆଖି ବୁଜିଲେ ଏକମାତ୍ର ରୋଜଗାରିଆ ପୁଅ

ମା’ର ଜୁଇରୁ ଲିଭିନି ନିଆଁ, କରୋନାରେ ଆଖି ବୁଜିଲେ ଏକମାତ୍ର ରୋଜଗାରିଆ ପୁଅ

ଚାନ୍ଦବାଲି: ପରିବାରର ସବା ସାନ ଝିଅର ବାହାଘର ପାଇଁ ସମସ୍ତେ ବ୍ୟସ୍ତ ଥାନ୍ତି। କରୋନା କଟକଣା ମଧ୍ୟରେ ସିମୀତ ଲୋକଙ୍କୁ ନେଇ ବାହାଘର କାର୍ଯ୍ୟ ସମ୍ପୂର୍ଣ କରିବାପାଇଁ ଲାଗିପଡିଥାନ୍ତି। ଚଳିତ ମାସ ୪ ତାରିଖରେ ଝିଅର ବାହାଘର ଦିନରେ ସରିଯିବା ପରେ ବନ୍ଧୁ ବାନ୍ଧବ ସମସ୍ତେ ବିଦା ହୋଇଯାଇଥିଲେ। ମାତ୍ର କିଏ ଜାଣିଛି ହସ ଖୁସିର ଏହି ପରିବାର ଉପରେ ଏମିତି ଦୁଃଖର ପାହାଡ଼ ଭାଙ୍ଗି ପଡିବ ବୋଲି। ବିବାହ କାର୍ଯ୍ୟ ସରିଯିବା ପରେ ଝିଅକୁ ବିଦା କରି ମା’ କାନ୍ଦିକାନ୍ଦି ବେହୋସ ହୋଇଯାଉଥାଏ। ହଠାତ ରାତିରେ ମା’ର ଦେହ ଅସୁସ୍ଥ ହୋଇଗଲା। ୩ ପୁଅ ସଂଗେ ସଂଗେ ମା’ଙ୍କୁ ଚାନ୍ଦବାଲି ମେଡିକାଲକୁ ନେଇଯାଇଥିଲେ। ମେଡିକାଲ ଡାକ୍ତର ତାଙ୍କ ଅବସ୍ଥା ଗୁରୁତର ଦେଖି ତୁରନ୍ତ ଚିକିତ୍ସା ଯୋଗାଇ ଦେବା ସହିତ ଭୁବନେଶ୍ୱରେ ଏମ୍ସକୁ ପଠାଇ ଦେଇଥିଲେ। ସେଠାରେ ସେ କରୋନା ଚିହ୍ନଟ ପରେ ତୁରନ୍ତ ଏମ୍ସ କୋଭିଡି କେୟାରରେ ଭର୍ତ୍ତି କରିଥିଲେ । ମାତ୍ର ଦୁଇଦିନ ପରେ ଅର୍ଥାତ ୬ ତାରିଖ ସକାଳ ୧୧ଟା ୫୦ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏପଟେ ମା’ ମୃତ୍ୟୁ ଖବର ପରେ ପରିବାରରେ କାନ୍ଦ ବୋବାଳିରେ ଫାଟି ପଡୁଥିଲା। ହଠାତ ଘରର ରୋଜଗାରିଆ ବଡ଼ ପୁଅ ହଠାତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ। ମେଡିକାଲରେ ଡାକ୍ତରଙ୍କୁ ଦେଖାଇବାରୁ ଅମ୍ଳଜାନ ମାତ୍ର କମି ଯାଉଥିବାରୁ ଏପରି ହେଉଛି ବୋଲି କହିଥିଲେ।ସେ ମଧ୍ୟ କୋଭିଡି ଟେଷ୍ଟ ହୋଇଥିଲେ ତାଙ୍କର ମଧ୍ୟ ପଜିଟିଭ ରିପୋର୍ଟ ଆସିଥିଲା। ତୁରନ୍ତ ତାଙ୍କୁ ଭଦ୍ରକ କୋଭିଡି ହସ୍ପିଟାଲରେରେ ଆଡମିଟ କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାର ସୁଧାର ନ ଆସିବାର ସେଠାରୁ ତାଙ୍କୁ ସମ କୋଭିଡି ହସ୍ପିଟାଲରେରେ ଭର୍ତ୍ତି କରିଥିଲେ। ହେଲେ ଦୀର୍ଘ ୧୬ ଦିନ ଚିକିତ୍ସା ହେବାପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଛି।

ମାତ୍ର ୧୮ ଦିନ ମଧ୍ୟରେ କରୋନା ହସଖୁସିର ପରିବାରକୁ ଦୁଃଖର ସାଗରରେ ଭସାଇ ନେଲା। ସ୍ବର୍ଗତ ରଘୁନାଥ ମହାପାତ୍ର ସରକାରୀ ପାନୀୟ ଜଳଯୋଗାଣ ବିଭାଗରର କାମ କରୁଥିବା ବେଳେ କାଳୀମନ୍ଦିର ନିକଟରେ ଭଡା ଘରେ ରହି ଆସୁଥିଲେ। ଦୁଇ ବର୍ଷ ପୂର୍ବରୁ ରଘୁନାଥଙ୍କ ମୃତ୍ୟୁ ହୋଇଯିବା ପରେ ଘରର ବଡପୁଅ ମାନସ ରଞ୍ଜନ ମହାପାତ୍ର ମହାରାଷ୍ଟ୍ର ପୁନେର ଏକ ହେଲଥ ଇନ୍ସୁରାନ୍ସ କମ୍ପାନିରେ କାମ କରୁଥିବା ବେଳେ ଗାଁରେ ମା’ ସରସ୍ବତୀ ମହାପାତ୍ର (୫୨), ପତ୍ନୀ, ତାଙ୍କର ଏକମାତ୍ର ଝିଅ ଅଲିଶା ମହାପାତ୍ର (୭), ଦୁଇ ଭାଈ ମନୋରଞ୍ଜନ ମହାପାତ୍ର (୩୦), ତାପସ ମହାପାତ୍ର (୨୮), ଭଉଣୀ ଲିସା ମହାପାତ୍ର ଘରେ ରହୁଥିଲେ।

The post ମା’ର ଜୁଇରୁ ଲିଭିନି ନିଆଁ, କରୋନାରେ ଆଖି ବୁଜିଲେ ଏକମାତ୍ର ରୋଜଗାରିଆ ପୁଅ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp