ମାନିଲେନି କଟକଣା, ମାଛ ଧରିବାକୁ ହାଉଯାଉ

ମାନିଲେନି କଟକଣା, ମାଛ ଧରିବାକୁ ହାଉଯାଉ

ରାଉରକେଲା: କରୋନା ସଂକ୍ରମଣ ରୋକିବାକୁ ସହରରେ ଜାରି ରହିଛି କଟକଣା। ଗୋପବନ୍ଧୁପାଲି ପୋଖରୀରେ ମାଛ ଧରିବାକୁ ଭୁଲିଗଲେ ସାମାଜିକ ଦୂରତା ଓ କୋଭିଡ କଟକଣା। ସ୍ଥାନୀୟ ଅଞ୍ଚଳ ଶହ ଶହ ପୋଖରୀ ନିକଟରେ ହାଉଯାଉ ହୋଇଥିଲେ। ଆଜି ନୁହେଁ ଗତକାଲି ଠାରୁ ପୋଖରୀ ନିକଟରେ ଏମିତି ଚିତ୍ର ଦେଖିବାକୁ ମିଳୁଛି। ୫୦ କି ୬୦ ନୁହେଁ ଗୋପବନ୍ଧୁପାଲୀର ୨୦୦ରୁ ଅଧିକ ଲୋକ ପୋଖରୀ ଭିତରେ ପଶି ମାଛ ଧରୁଛନ୍ତି। ସାମାଜିକ ଦୂରତା ପାଳନ ତ ଦୂରର କଥା କାହାରି ମୁହଁରେ ମାକ୍ସ ନାହିଁ।

ଲୋକମାନେ ନିଜେ ଧରୁ ନାହାନ୍ତି ବରଂ ସେମାନଙ୍କ ପିଲାଛୁଆଙ୍କୁ ଏହି କାମରେ ଲଗାଇ ଦେଇଛନ୍ତି। କୁନି କୁନି ପିଲାମାନେ ମାଛ କେଇଟା ପାଇଁ ଜୀବନକୁ ବାଜି ଲଗାଇ ପୋଖରୀ ଭିତରେ ପଶି ମାଛ ଧରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଏ ସଂକ୍ରାନ୍ତରେ ସ୍ଥାନୀୟ ପୁଲିସ ଓ ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲେ ହେଁ ଫଳ ଶୂନ। ନିକଟରେ ପହଞ୍ଚିଥିଲେ ହେଁ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ସ୍ଥାନୀୟ ଅଞ୍ଚଳରେ ସମ୍ଭାବ୍ୟ ସଂକ୍ରମଣ ରୋକିବାକୁ ଆସନ୍ତାକାଲି (ମଙ୍ଗଳବାର) ପୋଖରୀ‌ରେ ମାଛ ଧରିବାକୁ ଏକାଠି ହେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି।

The post ମାନିଲେନି କଟକଣା, ମାଛ ଧରିବାକୁ ହାଉଯାଉ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp