ମାତିଛନ୍ତି ନାବାଳକ ଲୁଟେରା: ଦୋକାନ ତାଲା ତାଡ଼ି ଲୁଟିନେଲେ, ସିସିଟିଭିରେ କଏଦ୍‌ ହେଲା ଚୋରିର ଦୃଶ୍ୟ

ମାତିଛନ୍ତି ନାବାଳକ ଲୁଟେରା: ଦୋକାନ ତାଲା ତାଡ଼ି ଲୁଟିନେଲେ, ସିସିଟିଭିରେ କଏଦ୍‌ ହେଲା ଚୋରିର ଦୃଶ୍ୟ

ଚନ୍ଦ୍ରଶେଖରପୁର: ରାଜଧାନୀରେ ଏବେ ଲକ୍‌ଡାଉନ୍/ସଟ୍‌ଡାଉନ୍ ଚାଲିଛି। ମାସାଧିକ କାଳ ଅଧିକାଂଶ ଦୋକାନ ବନ୍ଦ ଅଛି। ଏହାର ସୁଯୋଗ ନେଇ ବନ୍ଦ ଦୋକାନକୁ ଟାର୍ଗେଟ କରୁଛନ୍ତି ଲୁଟେରା। ଗତ ସପ୍ତାହେ ମଧ୍ୟରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୫ଟି ଦୋକାନର ସଟର୍ ତାଡ଼ି ଚୋରି ହୋ‌ଇଥିବାବେଳେ ଏହା ପଛରେ ଏକ ନାବାଳକ ଗ୍ୟାଙ୍ଗ୍‌ର ହାତ ଥିବା ସନ୍ଦେହ କରାଯାଉଛି। କାରଣ ଗୋଟିଏ ଦୋକାନରୁ ଚୋରି ମାମଲାରେ ପୁଲିସ ହାତରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ୫ ଜଣ ନାବାଳକ ସଟର୍‌ ତାଡ଼ି ଚୋରି କରୁଥିବା ଦୃଶ୍ୟ କଏଦ୍ ହୋଇଛି।

ଚନ୍ଦ୍ରଶେଖରପୁର ବିଡିଏ କଲୋନି ନାବାର୍ଡ କ୍ଵାର୍ଟର୍ସ ମୁଖ୍ୟ ଫାଟକ ନିକଟରେ ଚିନ୍ମୟ ବିଶ୍ବାଳଙ୍କର ଏକ ଭେରାଇଟି ଦୋକାନ ରହିଛି। ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦୋକାନର ତାଲା ଭାଙ୍ଗି ସବୁ ସାମଗ୍ରୀ ଓ କ୍ୟାସ୍ ବକ୍ସରୁ ପାଖାପାଖି ୧୦ ହଜାର ଟଙ୍କା ନେଇଯାଇଛନ୍ତି। ଆଜି ସକାଳେ ଏହା ଜାଣିବା ପରେ ଚିନ୍ମୟ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଏହାର ତଦନ୍ତବେଳେ ଦୋକାନର ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ଚୋରିର ଦୃଶ୍ୟ ଦେଖି ପୁଲିସର ମଧ୍ୟ ହୋସ୍ ଉଡ଼ି ଯାଇଥିଲା। କାରଣ କୌଣସି ପେସାଦାର ଗ୍ୟାଙ୍ଗ୍ ନୁହନ୍ତି; ୧୨ରୁ ୧୬ ବର୍ଷ ବୟସର ୫ ଜଣ ନାବାଳକ ଅତ୍ୟନ୍ତ ଚତୁରତାର ସହ ଏହି ଚୋରି କରୁଥିବା ଦେଖିବାକୁ ମିଳିଛି।

ସେମାନେ ଏକ ଛୋଟ ଶାବଳରେ ଦୋକାନର ତାଲା ତାଡ଼ି ଭିତରେ ପଶିବାଠୁ ଆରମ୍ଭ କରି କ୍ୟାସ୍ ବାକ୍ସର ତାଲା ଭାଙ୍ଗି ଟଙ୍କା ଏବଂ ଦୋକାନରୁ ଜିନିଷପତ୍ର ବ୍ୟାଗ୍‌ରେ ପୂରାଇ ନେଇଯାଉଛନ୍ତି। ଏହି ନାବାଳକମାନେ ବିନା ଡରରେ ଯେଭଳି ଭାବେ ଏହି ଚୋରି କରୁଛନ୍ତି, ସେଥିରୁ ଜଣାପଡ଼ୁଛି ଯେ ଏହା ପୂର୍ବରୁ ମଧ୍ୟ ସେମାନେ ଏଭଳି ଚୋରି କରିଛନ୍ତି। ସିସିଟିଭି ଫୁଟେଜକୁ ଯାଞ୍ଚ କଲା ପରେ ଏହି ନାବାଳକମାନେ ନିକଟସ୍ଥ ଏକ ବସ୍ତିର ବୋଲି ପୁଲିସ ଜାଣିବାକୁ ପାଇଛି। ତେଣୁ ଖୁବଶୀଘ୍ର ଏହି ନାବାଳକ ଗ୍ୟାଙ୍ଗ୍ ଧରାପଡ଼ିବ ବୋଲି ପୁଲିସ ଆଶା ପ୍ରକାଶ କରିଛି।

The post ମାତିଛନ୍ତି ନାବାଳକ ଲୁଟେରା: ଦୋକାନ ତାଲା ତାଡ଼ି ଲୁଟିନେଲେ, ସିସିଟିଭିରେ କଏଦ୍‌ ହେଲା ଚୋରିର ଦୃଶ୍ୟ first appeared on Sambad.

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp